fbpx

Video; ବନ୍ଧୁ ପଣିଆ ଆଉ କ’ଣ କି?, ଓଲଟି ପଡ଼ିଥିଲା କଇଁଛ, ଶିଙ୍ଘରେ ଓଲଟାଇ ଜୀବନ ବଞ୍ଚାଇଲା ମଇଁଷି

ଓଡ଼ିଶା ଭାସ୍କର: ସାଧାରଣତଃ ଲୋକଙ୍କ ମନରେ ଏହି ଧାରଣା ଥାଏ ଯେ ପଶୁମାନଙ୍କର ବୁଦ୍ଧି ନଥାଏ । କିନ୍ତୁ ବେଳେବେଳେ ମଣିଷର ଏହି ଧାରଣା ଭୁଲ ହୋଇଯାଏ । ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଦେଖିଲେ ଆପଣ ମଧ୍ୟ କହିବେ ପଶୁମାନଙ୍କ ମଧ୍ୟରେ ମଧ୍ୟ କେତେ ବୁଝାମଣା ରହିଛି । ଭାଇରାଲ ଭିଡିଓରେ ଏକ ମଇଁଷି ତାର ବନ୍ଧୁ କଇଁଛର ଜୀବନ ବଞ୍ଚାଇଲା ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରଠାରୁ ଲୋକମାନେ ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେବାରେ ଲାଗିପଡିଛନ୍ତି । ବନ୍ୟଜନ୍ତୁଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ @AMAZlNGNATURE ନାମକ ଏକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ କଇଁଛ ଖୋଲା ପଡ଼ିଆରେ ଓଲଟି ଅସହଜ ହେବାରେ ଲାଗିଛି ।

ତା’ପରେ ସେଠାରେ ଠିଆ ହୋଇଥିବା ମଇଁଷି କଇଁଛକୁ ତାର ଶିଙ୍ଗରେ ଓଲଟାଇ ଦେଉଛି, ଯାହାଫଳରେ ଓଲଟିଥିବା କଇଁଛଟି ସିଧା ହୋଇଯାଉଛି ଏବଂ ଏହାର କୌଣସି କ୍ଷତି ହୋଇନଥିବା ଦେଖାଯାଉଛି । ମଇଁଷିର ଏହି ବୁଝାମଣାକୁ ଲୋକେ ପ୍ରଶଂସା କରୁଛନ୍ତି । ଏହି ଭିଡିଓ ଏବେ ପ୍ରତ୍ୟେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.