fbpx

ବନ୍ଧା ହେଲେ ଟ୍ୟୁସନ ମାଷ୍ଟର, ୨ ନାବାଳିକାଙ୍କୁ ନେଇ ହୋଇଥିଲେ ଫେରାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବନ୍ଧା ହେଲେ ରସିକିଆ ଟ୍ୟୁସନ ମାଷ୍ଟର । ୨ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ସାରଙ୍କ ଅପହରଣ ଅଭିଯୋଗ ମାମଲାରେ ସମ୍ବଲପୁରରୁ ଟ୍ୟୁସନ ଶିକ୍ଷକ ଗୋପାଳକୃଷ୍ଣଙ୍କୁ ଗିରଫ କରିଛି ପୋଲିସ । ଏହା ସହ ଅପହରଣ ହୋଇଥିବା ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରିଛି ବଡଗଡ଼ ପୋଲିସ।

ତେବେ ଏମିତି ଘଟଣା ଖୋଦ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ପାଠ ପଢାଇବା ବାହାନାରେ ଦୁଇ ଛାତ୍ରୀଙ୍କୁ ଧରି ଚମ୍ପଟ ମାରିଥିଲେ ଏହି ଶିକ୍ଷକ । ଜଣେ ଛାତ୍ରୀଙ୍କ ବୟସ ୧୪ ଏବଂ ଅନ୍ୟ ଜଣେ ଛାତ୍ରୀଙ୍କ ବୟସ ୧୨ ବର୍ଷ । ବଟକୃଷ୍ଣ ନାମକ ଏହି ଯୁବକ ଜଣଙ୍କ ଟ୍ୟୁସନ କରିବା ସହିତ ଏକ କୋଚିଂ ସେଣ୍ଟରରେ ପାଠ ପଢାଉଥିଲେ । କୋଭିଡ ସମୟରେ ଚାକିରି ପଳାଇଯିବାରୁ ଦୁଇ ଝିଅଙ୍କୁ ପାଠ ପଢାଇବାକୁ ଡାକିଥିଲେ ମାତା ପିତା । ତେବେ ବିଗତ କିଛି ଦିନ ହେବ ଛୁଆଙ୍କ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରିବା ପରେ ଟ୍ୟୁସନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ମାତାପିତା । ଏଥିରେ ବଟକୃଷ୍ଣ ଉତକ୍ଷିପ୍ତ ହୋଇ ଏଭଳି କାଣ୍ଡ ଭିଆଇଥିବା ସୂଚନା ଦେଇଥିଲେ ଦୁଇ ଛାତ୍ରୀଙ୍କର ପିଉସୀ ।

Get real time updates directly on you device, subscribe now.