fbpx

ପାକିସ୍ତାନରେ ନୁହେଁ ଭାରତରେ ଭାଙ୍ଗିଲା ଟିଭି, ଶତ୍ରୁ ଦେଶର ଜିତ୍ ସହିପାରିଲେନି ଫ୍ୟାନ୍ସ; ଗୁଣ୍ଡ କଲେ TV ସେଟ୍

ନୂଆଦିଲ୍ଲୀ: ଦୁବାଇରେ ଚାଲିଥିବା ଆଇସିସି ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଗତକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏହା ଏକ ବହୁ ପ୍ରତୀକ୍ଷିତ ମ୍ୟାଚ୍ ହୋଇଥିବା ବେଳେ ଦୁଇ ଦେଶର କୋଟି କୋଟି ଫ୍ୟାନ୍ସ ଏହାକୁ ଉତ୍ସାହିତ ହୋଇ ଦେଖିଥିଲେ । ତେବେ ଏହି ମ୍ୟାଚ୍ ରେ ପାକିସ୍ତାନ ଖୁବ୍ ଭଲ ପ୍ରଦର୍ଶନ କରି ଭାରତକୁ ୧୦ଟି ୱିକେଟ୍ ରେ ହରାଇଲା । ଅପରାଜେୟର ଅଭିଯାନ ଗତକାଲି ଭାଙ୍ଗିଥିଲା । ତେବେ ଏହାକୁ ନେଇ ଫ୍ୟାନ୍ସ ମାନେ ଖୁବ୍ ନିରାଶ ହୋଇଥିଲେ । ଭାରତ ଏହି ମ୍ୟାଚ୍ ରେ ଖୁବ୍ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ତେବେ ପାକିସ୍ତାନ ଜିତିବା ପରେ ବିହାରର ଫାରବିସଗଞ୍ଜ ଠାରେ ଫ୍ୟାନ୍ସ ମାନେ ଖେଳ ସରିବା ପରେ ଟିଭି ସେଟ୍ ଭାଙ୍ଗି ଦେଇଥିଲେ ।

ଫାରବିସଗଞ୍ଜର ଛୋଆପଟ୍ଟୀ ଠାରେ ଭାରତ-ପାକିସ୍ତାନ କ୍ରିକେଟ୍ କୁ ନେଇ ସକାଳରୁ ହିଁ ଜୋରଦାର୍ ପ୍ରସ୍ତୁତି କରାଯାଇଥିଲା । କେଉଁଠି ପ୍ରୋଜେକ୍ଟର୍ ଲଗାଯାଇଥିଲା ତ କେଉଁଠି ଟିଭି ସେଟ୍ ଲଗାଯାଇଥିଲା । ଭାରତର କ୍ରିକେଟ୍ ପ୍ରେମୀ ମାନେ ଭାରତର ଜିତ୍ କୁ ନେଇ ଅନେକ ପ୍ରାର୍ଥନା କରିଥିଲେ । ସେମାନେ ଆଶା ରଖିଥିଲେ ଯେ, ଭାରତର ହିଁ ଜିତ୍ ହେବ । କିନ୍ତୁ ଭାରତର ହାର୍ ଓ ପାକିସ୍ତାନର ଜିତ୍ ପରେ କ୍ରିକେଟ୍ ପ୍ରେମୀ ମାନେ ନିଜ ରାଗ ଉପରେ କାବୁ ରଖିପାରିନଥିଲେ ।

ଦୁବାଇ ଷ୍ଟାଡିୟମ୍ ରେ ବିଜୟୀ ଟିମ୍ ର ନାଁ ଘୋଷଣା କରିବା ପରେ ଫ୍ୟାନ୍ସ ମାନେ ଖୁବ୍ ରାଗିଯାଇଥିଲେ ଓ ଟିଗି ସାମନାରୁ ଉଠି ଟିଭି ସେଟ୍ କୁ ହିଁ ତଳେ ପକାଇ ଭାଙ୍ଗି ଦେଇଥିଲେ । ତେବେ ଏହା ହେଉଛି ପ୍ରଥମ ମ୍ୟାଚ୍ ଯେଉଁଥିରେ ଭାରତର ହାର୍ ହୋଇଛି । ଏହା ପୂର୍ବରୁ କେବେ ବି ଭାରତ ହାରିନାହିଁ । ହେଲେ ପ୍ରଥମ ଥର ପାଇଁ ଇତିହାସରେ ପାକିସ୍ତାନ ଠାରୁ ଭାରତ ହାରିଲା । ତେବେ ଏହି ଟିଭି ଭାଙ୍ଗିବାର ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ୍ ହେଉଛି । ସବୁଥର ପାକିସ୍ତାନରେ ଟିଭି ଭାଙ୍ଗୁଥିବା ବେଳେ ଏଥର ଭାରତରେ ଟିଭି ଭାଙ୍ଗିଲା ବୋଲି ଫ୍ୟାନ୍ସ ମାନେ କହୁଛନ୍ତି ।

ତେବେ ଅଧିନାୟକ ବିରାଟ କୋହଲିଙ୍କ ୫୭ ଏବଂ ୱିକେଟ୍ ରକ୍ଷକ ଋଷଭ ପନ୍ତଙ୍କ ୩୯ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରି ସମ୍ମାନ ରଖିଥିଲା ଭାରତ। ଏହାର ଜବାବରେ ପାକିସ୍ତାନ ତାର ଯୁବ ଅଧିନାୟକ ବାବର ଆଜମ (୬୮*) ଏବଂ ମହମ୍ମଦ ରିଜୱାନ (୭୯*)ଙ୍କ ଧମାକାଦାର ବ୍ୟାଟିଂ ବଳରେ ୧୩ ବଲ୍ ପୂର୍ବରୁ ବିନା ୱିକେଟ୍ରେ ୧୫୨ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ମ୍ୟାଚ୍ ଆରମ୍ଭରୁ ପାକିସ୍ତାନର ରଣନୀତି ଆଗରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ପାକିସ୍ତାନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ କହିଥିଲା। ସାହିନ ଆଫ୍ରିଦିଙ୍କ ଘାତକ ବୋଲିଂ ଯୋଗୁଁ ଭାରତ ୩୧ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଯାଇଥିଲା।

Get real time updates directly on you device, subscribe now.