2026 ତାମିଲନାଡ଼ୁ ନିର୍ବାଚନ ପାଇଁ TVK ପାର୍ଟିର ବଡ଼ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ
2026 ତାମିଲନାଡ଼ୁ ନିର୍ବାଚନ ପାଇଁ TVK ପାର୍ଟିର ବଡ଼ ଘୋଷଣା । TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ଥାଲାପତି ବିଜୟ ।
ତାମିଲନାଡ଼ୁ: 2026 ତାମିଲନାଡ଼ୁ ନିର୍ବାଚନ ପାଇଁ TVK ପାର୍ଟିର ବଡ଼ ଘୋଷଣା । TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ଥାଲାପତି ବିଜୟ । ଚେନ୍ନାଇରେ ଶୁକ୍ରବାର ଅର୍ଥାତ ଆଜି ବସିଥିବା TVK ଦଳୀୟ ବୈଠକରେ ଏନେଇ ଘୋଷଣା ହୋଇଛି ।
ତେବେ ଦଳ ଏକାକା ଲଢିବା ନେଇ ନିଷ୍ପତ୍ତି ହୋଇଛି । ବିଜେପି ସହ କୌଣସି ମେଣ୍ଟ କରିବେନି ବୋଲି ସ୍ପଷ୍ଟ କଲେ ବିଜୟ । ଶୁକ୍ରବାର ଦିନ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଦଳ ଏହା ଘୋଷଣା କରିଛି। ଦଳର ନେତାମାନେ ବୈଠକରେ ଯୋଗ ଦେଇଥିଲେ।
ବୈଠକ ସମୟରେ, ଏହା କୁହାଯାଇଛି ଯେ TVK କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ ଏବଂ ଏକାକୀ ନିର୍ବାଚନ ଲଢ଼ିବ। ଦଳ ବିଜେପି କିମ୍ବା DMK ସହିତ ମେଣ୍ଟ କରିବ ନାହିଁ।