fbpx

ଏଡିଟ ହେବ ଟୁଇଟ୍, ଡିପି ବଦଳାଇଲେ ମଧ୍ୟ ବ୍ଲୁ ଟିକ୍ ‘ଅଦୃଶ୍ୟ’ ହେବ … ଜାଣନ୍ତୁ ଆସନ୍ତାକାଲି ଠାରୁ ଟ୍ୱିଟରରେ କ’ଣ ପରିବର୍ତ୍ତନ ହେବ?

ନୂଆଦିଲ୍ଲୀ: ଟ୍ୱିଟର ପୁଣିଥରେ ଏହାର ଉପଭୋକ୍ତାମାନଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ୍ ପ୍ୟାକେଜ୍ ଲଞ୍ଚ କରିବାକୁ ଯାଉଛି। ସୋମବାର ଏହି ସେବା ପୁଣି ଆରମ୍ଭ ହେବା ପରେ ଉପଭୋକ୍ତାମାନେ ଟଙ୍କା ଦେଇ ବ୍ଲୁ ଟିକ୍ ପାଇପାରିବେ। ଏହା ସହିତ, ନିଜର ଟ୍ୱଇଟକୁ ଏଡିଟ ବ୍ୟତୀତ, ସେମାନେ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ପାଇବେ। ଗତ ମାସରେ କମ୍ପାନୀ ଏହି ପ୍ରୟାସରେ ବିଫଳ ହୋଇଥିଲା। ଯାହାକୁ ଏବେ ପୁନଃ କାର୍ଯ୍ୟକାରୀ କରିବାକୁ ଯାଉଛି।

ପ୍ରକୃତରେ ଏହି ବ୍ଲୁ ଚେକ୍ ମାର୍କ, କମ୍ପାନୀ, ସେଲିବ୍ରିଟି, ସରକାରୀ ସଂସ୍ଥା ଏବଂ ସାମ୍ବାଦିକଙ୍କୁ ଦିଆଯାଉଥିଲା। ଅକ୍ଟୋବରରେ ୪୪ ବିଲିୟନ ଡଲାରରେ ଏଲନ ମସ୍କ ଟ୍ବିଟର କିଣିବା ପରେ ଟ୍ବିଟରରେ ଅନେକ ପରିବର୍ତ୍ତନ କରିଥିଲେ ମସ୍କ। ଯେଉଁଥିରେ ୮ ଡଲାରରେ ଟ୍ବିଟରର ବ୍ଲୁ ସବସ୍କ୍ରିପସନ କିଣିପାରିବେ ବୋଲି କହିଥିଲେ ମସ୍କ। କିନ୍ତୁ ଏହାକୁ ସେହି ସମୟରେ ବିରୋଧ କରାଯାଇଥିଲା। ଫଳରେ ଟ୍ବିଟରର ଏହି ସେବାକୁ ସ୍ଥଗିତ କରିଥିଲା।

ତେବେ ବର୍ତ୍ତମାନ ଏହାକୁ ପୁନଃ ଲଞ୍ଚ କରିବାକୁ ଯାଉଛି କମ୍ପାନୀ। କମ୍ପାନୀ ଓ୍ବେବ୍ ୟୁଜର୍ସଙ୍କ ଠାରୁ ମାସିକ ୮ ଡଲାର ଏବଂ ଆଇଫୋନ୍ ୟୁଜର୍ସଙ୍କୁ ପାଇଁ ୧୧ ଡଲାର ଦେବାକୁ ପଡ଼ିବ। ଟ୍ବିଟର କହିଛି ଏହି ଫିଚର ଦ୍ବାରା ୟୁଜରଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ, ଏହା ସହ ୟୁଜର ଅଧିକ ସମୟର ଭିଡିଓ ସେୟାର କରିପାରିବେ ଏବଂ ସେମାନଙ୍କର ଟୁଇଟ୍ ଗୁଡିକ ଅଧିକ ପ୍ରାଧାନ୍ୟତାର ସହ ଦେଖାଯିବ।

Get real time updates directly on you device, subscribe now.