(video)ସାମନାକୁ ଆସିଲା ଟ୍ୱିନ ଟାୱାରର ‘ଟ୍ରେଲର’: ଆଖି ପିଛୁଳାକେ ମାଟିରେ ମିଶିଗଲା କୋଠା

ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଘଣ୍ଟା ପରେ ମାଟିରେ ମିଶିଯିବ ଟ୍ୱିନ ଟାୱାର । ଏବେ କେବଳ ନୋଏଡା ନୁହେଁ ଏହା ଉପରେ ସାରା ଦେଶର ନଜର ରହିଛି । ଭାରତରେ ପ୍ରଥମ ଥର ପାଇଁ ବିସ୍ଫୋରଣ କରି ଏତେ ବଡ ବିଲଡିଙ୍ଗକୁ ନଷ୍ଟ କରାଯିବ । ଏହା ପୂର୍ବରୁ କେରଳରେ ମଧ୍ୟ ଏହିଭଳି ଏକ ବଡ କୋଠାରେ ବିସ୍ଫୋରଣ କରି ଭାଙ୍ଗି ଦିଆଯାଇଥିଲା । ଏହା ବ୍ୟତୀତ ଦୁନିଆରେ ଆହୁରି ଅନେକ ଏପରି ଉଦାହରଣ ରହିଛି ।

ନୋଏଡାର ଏହି ଟ୍ୱିନ ଟାୱାରକୁ ଭାଙ୍ଗିବା ପାଇଁ ବିସ୍ଫୋରକ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଅନ୍ତିମ ନିରୀକ୍ଷଣ ଶେଷ ହୋଇଛି । ବିସ୍ଫୋଟକ ଲଗାଇବା କିମ୍ବା ଯୋଡିବା ଇତ୍ୟାଦି କାମ ପୂର୍ବରୁ ଶେଷ ହୋଇସାରିଛି । କେବଳ ଟ୍ୱିନ ଟାୱାରକୁ କନେକ୍ସନ କରିବା ଏବଂ ଏକ୍ସପ୍ଲୋଡର ପର୍ଯ୍ୟନ୍ତ ୧୦୦ ମିଟର ଲମ୍ବା କେବୁଲ ତାର ବିଛାଇବା କାମ ବାକି ରହିଛି । ତେବେ ରବିବାର ଏହି କାମ କରାଯିବ ବୋଲି ସୂଚନା ମିଳିଛି । ଦିଲ୍ଲୀର କୁତବ ମିନାରଠାରୁ ବି ଉଚ୍ଚ ଏହି ବିଲଡିଂକୁ ଭାଙ୍ଗିବା ପାଇଁ ୩୭,୦୦ କିଲୋଗ୍ରାମରୁ ଅଧିକ ବିସ୍ଫୋଟକ ବ୍ୟବହାର କରାଯାଇଛି । କୋର୍ଟରେ ଏହାର ନିର୍ମାଣକୁ ବେଆଇନ ବୋଲି କହିବା ପରେ ବିଲଡିଂ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ତେବେ ଏହି ବିଲଡିଂ ପୂର୍ବରୁ ଦେଶ ବିଦେଶରେ ଆହୁରି ଅନେକ ବୋଠା ଏପରି ଭାଙ୍ଗି ଦିଆଯାଇଛି । ଆମେରିକା ନ୍ୟୟର୍କର ୩୯ ମହଲା ବିଶିଷ୍ଟ ଡ୍ୟୁସ ବ୍ୟାଙ୍କ ୯/୧୧ ଆକ୍ରମଣ ପରେ ଭାଙ୍ଗି ଦିଆଯାଇଥିଲା । ଏହାବ୍ୟତୀତ ଦୁନିଆର ସବୁଠୁ ଉଚ୍ଚା ବିଲଡିଂ ଭିତରୁ ଗୋଟିଏ ସିଙ୍ଗର ବିଲିଡିଂକୁ ମଧ୍ୟ ୧୯୬୮ରେ ବିସ୍ପୋରଣ କରଯାଇଥିଲା । ସେହିପରି ୧୯୬୫ରେ ଶିକାଗୋର ୧୬୦ ମିଟର ଉଚ୍ଚ ମାରିସନ ହୋଟେଲ, ଆବୁ ଧାବିର ୧୪୪ ମହଲା ମୀନା ପ୍ଲାଜ ଏବଂ ସିଙ୍ଗାପୁରର ୨୩୪.୭ ମିଟର ଉଚ୍ଚା ଏକ୍ସା ଟାୱାର ମଧ୍ୟ ଭାଙ୍ଗି ଦିଆଯାଇଥିଲା ।