fbpx

ଆଜି ବି ବିଧାନସଭା ନିକଟରେ ୨ ଜଣଙ୍କର ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ଆଜି ବି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ୨ ଜଣ । ବିଧାନସଭା ପଛପଟ ଇଡକଲ ରାସ୍ତାରେ ଆତ୍ମାହୁତିର ଉଦ୍ୟମ କରିଥିଲେ ମା ଓ ପୁଅ । କୁଜଙ୍ଗ ଅଞ୍ଚଳର ମା ସୁଲୋଚନା ଦାସ ଓ ପୁଅ ସୁବ୍ରତ ଦାସ ନିଜ ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ହତ୍ୟାର ଶିକାର ହୋଇଥିବା ପୁଅ ପାଇଁ ନ୍ୟାୟ ନମିଳିବାରୁ ସେମାନେ ଆତ୍ମାହୁତି ଉଦ୍ୟମ କରିଥିବା ଜଣାପଡିଛି ।

ତେବେ ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ପୁଅ ହତ୍ୟାର ନ୍ୟାୟ ନପାଇ ସେମାନେ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ଆତ୍ମାହୁତି ଉଦ୍ୟମ କରୁଥିବା ଉଭୟଙ୍କୁ ଇନ୍ଦିରା ଗାନ୍ଧୀ ପାର୍କ ନିକଟରୁ ଉଦ୍ଧାର କରିଛନ୍ତି ସୁରକ୍ଷା କର୍ମୀ ।

ସେହିଭଳି ଗତକାଲି ୩ ଜଣ କୃଷକ ବିଧାନସଭା ସମ୍ମୁଖରେ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ସୁରକ୍ଷା କର୍ମୀଙ୍କ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.