fbpx

ପୁଣି ଭାଲୁ ଆତଙ୍କ: ମକା କ୍ଷେତରେ ବୁଲିଲେ ୨ଟି ଭାଲୁ, ଗ୍ରାମବାସୀ ଭୟଭୀତ

ନବରଙ୍ଗପର, (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ପୁଣି ଭାଲୁ ଆତଙ୍କ ଦେଖାଦେଇଛି । ସୁନାବେଡ଼ା ପଞ୍ଚାୟତର ନାୟକଗୁଡ଼ା ୟୁଭି-୧୧ ବଙ୍ଗୀୟ ଗ୍ରାମର ଏକ ଗଛରେ ଚଢ଼ି ଯାଇଥିବା ଗୋଟିଏ ଭାଲୁ ଦୀର୍ଘଦିନ ଧରି ବନ ବିଭାଗକୁ ନାକେଦମ କରିଥିଲା । ଶେଷରେ ଟ୍ରାଙ୍କୁଲାଇଜ୍‌ କରାଯାଇ ଭାଲୁଟିକୁ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ମୃତ୍ତମା ଗ୍ରାମ ନିକଟରେ ଦୁଇଟି ଭାଲୁ ବୁଲୁଥିବାଦେଖି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଭାଲୁ ଦୁଇଟି ମକା କ୍ଷେତ ଦେଇ ଏକ ପୋଖରୀ ନିକଟକୁ ଯାଇଥିଲେ । ଏହା ଦେଖିବା ପରେ ସ୍ଥାନୀୟ କିଛି ଯୁବକ ନିଆଁ ହୁଳା ଦେଖାଇବାରୁ ଭାଲୁ ଦୁଇଟି ଭୟଭୀତ ହୋଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ । ତେବେ ରାତିରେ ପୁଣିଥରେ ଭାଲୁ ଗାଁକୁ ଆସିବା ନେଇ ଗ୍ରାମବାସୀ ଆଶଙ୍କା କରିବା ସହ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.