fbpx

(Video) ଖାକି ବାବୁଙ୍କ ଏ କି ଦାୟିତ୍ୱହୀନତା? ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛନ୍ତି ଜଣେ ବ୍ୟକ୍ତି, କଳହରେ ମାତିଛନ୍ତି ଦୁଇ ପୋଲିସ କର୍ମଚାରୀ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବ୍ୟକ୍ତି ଡ୍ୟୁଟି ସମୟରେ ନିଜର ଦାୟିତ୍ୱହୀନତାର ପ୍ରମାଣ ଦେଇଥାନ୍ତି । ନିଜର କାର୍ଯ୍ୟ ସ୍ଥଳରେ ଏପରି ବେପରୁଆ କାର୍ଯ୍ୟ ପାଇଁ ଅନେକ ସମୟରେ ଅନ୍ୟମାନେ ପ୍ରଭାବିତ ହୋଇଥାନ୍ତି । ଏପରିକି ଦାୟିତ୍ୱରେ ବିଳମ୍ବ କାରଣରୁ ଅନେକ ସମୟରେ କାହାର ଜୀବନ ବି ଚାଲିଯାଇଥାଏ । ରାସ୍ତାଘାଟରେ ଘଟୁଥିବା ଦୁର୍ଘଟଣାର ଆହତଙ୍କୁ ଠିକ୍ ସମୟରେ ହସ୍ପିଟାଲରେ ନ ପହଞ୍ଚାଇଲେ ବା ଚିକିତ୍ସାରେ ବିଳମ୍ବ ହେଲେ ଜୀବନ ବି ଚାଲିଯାଇଥାଏ ।

ତେବେ ଏହା ମଧ୍ୟରେ ଦୁର୍ଘଟଣା ସହ ଜଡ଼ିତ ଏକ ଦାୟିତ୍ୱହୀନତାର ପ୍ରମାଣ ସାମ୍ନାକୁ ଆସିଛି । ବେଙ୍ଗାଲୁରୁ ପୋଲିସରେ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ନେଇ ଏବେ ଚାରିଆଡ଼େ ଘୋର ନିନ୍ଦା କରାଯାଉଛି । ସଡ଼କ ଉପରେ ଜଣେ ବ୍ୟକ୍ତି ବେହୋସ୍ ଅବସ୍ଥାରେ ପଡ଼ିରହିଥିବା ବେଳେ ତାଙ୍କ ଦେହରୁ ରକ୍ତ ଝରିପଡ଼ୁଥିଲା । ମାତ୍ର ଏହି ସମୟରେ ଉକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଦୁଇଜଣ ପୋଲିସ ବାବୁ ଯୁକ୍ତିତର୍କରେ ମାତିଥିଲେ ।

ଏହି ଘଟଣାର ଏକ ଭିଡିଓ ଏବେ ସାମ୍ନାକୁ ଆସିବା ପରେ ପୋଲିସ କମିଶନର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛନ୍ତି । ଆହତ ବ୍ୟକ୍ତିଙ୍କୁ ପୋଲିସ ଗାଡ଼ିରେ ନେବା ନନେବା ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଜୁଲାଇ ୧୫ରେ ବେଙ୍ଗାଲୁରୁର ତ୍ରିବେଣୀ ରୋଡ଼ରେ ଜଣେ ବ୍ୟକ୍ତି ଆହତ ହୋଇ ରାସ୍ତାରେ ପଡ଼ି ରହିଥିଲେ । ମାତ୍ର ପୋଲିସ କର୍ମଚାରୀମାନେ ସେଠାରେ ପହଞ୍ଚି ଆହତଙ୍କୁ ଯଥାସମ୍ଭବ ହସ୍ପିଟାଲ ନେବା ପରିବର୍ତ୍ତେ ନିଜ ନିଜ ମଧ୍ୟରେ ଯୁକ୍ତିତର୍କ କରିବା ଆରମ୍ଭ କରିଦେଇଥିଲେ । ଏବେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.