fbpx

ବନ୍ଦ ହେବ ରାଜ୍ୟର ଦୁଇଟି କୋଭିଡ୍‌ ହସ୍ପିଟାଲ, ଜାଣନ୍ତୁ କେଉଁଠି ?

କଟକ , ୧୬।୧୨(ଓଡିଶା ଭାସ୍କର) : ବନ୍ଦ ହେବାକୁ ଯାଉଛି ରାଜ୍ୟର ଦୁଇଟି କୋଭିଡ୍‌ ହସ୍ପିଟାଲ । ୨୦ ତାରିଖରୁ ବନ୍ଦ ହେବ ଗଞ୍ଜାମର ଟାଟା କୋଭିଡ୍‌ ହସ୍ପିଟାଲ୍‌ । ସେହିପରି ୩୧ ତାରିଖରୁ ବନ୍ଦ ହେବ କଟକର ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ । ୨ ଜିଲ୍ଲାରେ କୋଭିଡ୍‌ ରୋଗୀ କମୁଥିବାରୁ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ରୋଗୀ ଆଡ଼ମିଶନ ବନ୍ଦ ପାଇଁ ଟାଟା କୋଭିଡ୍‌ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ୨୧ରୁ ରୋଗୀ ଆଡମିଶନ ବନ୍ଦ ପାଇଁ ଅଶ୍ବିନୀ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ହସ୍ପିଟାଲ ବନ୍ଦ ନେଇ ଗଂଜାମ ଓ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.