fbpx

ଲତାଙ୍କ ବିୟୋଗରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର, ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ: ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସକର୍ ଙ୍କ ନିଧନ ଘଟିଛି । ସାରା ବିଶ୍ୱ ତାଙ୍କ ବିୟୋଗରେ ମ୍ରିୟମାଣ ହୋଇପଡ଼ିଛି । ତେବେ ତାଙ୍କ ବିୟୋରେ ୨ ଦିନ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବା ନେଇ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଆଜି ସକାଳ ୮ଟା ୧୨ ମିନିଟ୍ ରେ ଲତା ମଙ୍ଗେସକର୍ ଙ୍କ ଦେହାନ୍ତ ହୋଇଛି । ମୁମ୍ବାଇର ବ୍ରିଚ୍ କ୍ୟା୍ଡି ହସ୍ପିଟାଲରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇ ଆସୁଥିଲେ । ତେବେ ଆଜି ସେ ଆଖି ବୁଜିଛନ୍ତି । ବର୍ତ୍ତମାନ ହସ୍ପିଟାଲ ସାମନାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଭେଣ୍ଟିଲେଟର୍ ରେ ରଖାଯାଇଥିଲା । ପ୍ରାୟ ୨୯ ଦିନ ଧରି ତାଙ୍କୁ ଭେଣ୍ଟିଲେଟର୍ ରେ ରଖାଯାଇଥିଲା ।

Get real time updates directly on you device, subscribe now.