fbpx

ତିନିଦିନରେ ଦୁଇଟି ଶବ: ଘାଟିକିଆରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରୁ ଜଣେ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଘାଟିକିଆ ନିକଟରେ ଥିବା ହନୁମାନ ମନ୍ଦିର ପାଖରେ ଝୁଲି ରହିଥିବା ଅବସ୍ଥାରେ ଶବ ଜବତ କରାଯାଇଛି । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଆଜି ସକାଳ ଜଣେ ଅଜଣା ଯୁବକଙ୍କ ଗଳିତ ଶବ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ । ସୂଚନାଯୋଗ୍ୟ ଯେ, ଗତ ଦୁଇଦିନ ପୂର୍ବରୁ ରାଜଧାନୀର ଚନ୍ଦକା ଅଞ୍ଚଳରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର କରାଯାଇଥିଲା । ଅନ୍ଧାରୁଆ-ଦାସପୁର ରାସ୍ତାରେ ଜଣେ ୩୦ରୁ ୩୫ ବର୍ଷୀୟା ମହିଳାଙ୍କ ମୁଣ୍ଡବିହୀନ ଶବ ପଡ଼ିରହିଥିଲା । ତେବେ ରାଜଧାନୀରେ ଲଗାତର ଭାବେ ଦୁଇଦିନରେ ଦୁଇଟି ଶବ ମିଳିବା ଘଟଣା ପୋଲିସକୁ ଚିନ୍ତାରେ ପକାଇଛି ।

Get real time updates directly on you device, subscribe now.