fbpx

ଭାରିଯାନକୁ ପିଟିଲା ବସ: ୨ ମୃତ, ୭ ଯାତ୍ରୀ ଗୁରୁତର

ଯାଜପୁର: ଆଜି ସକାଳୁ ଘଟିଯାଇଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ଯାଜପୁର ଜିଲ୍ଲାର ବଡ଼ଚଣା କଡେଇଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଭାରିଯାନକୁ ଧକ୍କା ଦେଇଥିଲା ଏକ ବସ୍ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଖବର ଅନୁଯାୟୀ, ପଶ୍ଚିମବଙ୍ଗରୁ ପର୍ଯ୍ୟଟକମାନଙ୍କୁ ନେଇ ବସଟି ପୁରୀ ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ୭ ଜଣ ଯାତ୍ରୀଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ କଣ୍ଡକ୍ଟର ଓ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

Get real time updates directly on you device, subscribe now.