fbpx

ଅଧା ରହିଗଲା ଚାକିରି ସ୍ୱପ୍ନ: ଗାଧୋଇବା ବେଳେ ଯମୁନାରେ ବୁଡ଼ିଗଲେ ଦୁଇ ସାଙ୍ଗ

Advertisement

ନୂଆଦିଲ୍ଲୀ: ସାଙ୍ଗମାନଙ୍କ ସହ ମଉଜମସ୍ତି କରିବା କାଳ ସାଜିଲା । ହସଖୁସିରେ ଗାଧୋଇବା ସମୟରେ ଦୁଇଜଣ ସାଙ୍ଗ ଯମୁନାରେ ବୁଡ଼ିଗଲେ । ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ବୟସ ୧୮ ଅନ୍ୟ ଜଣଙ୍କର ବୟସ ୧୭ ବର୍ଷ ବୋଲି ଜଣାପଡ଼ିଛି । ପ୍ରାୟ ଏକ ଘଣ୍ଟା ଧରି ସର୍ଚ୍ଚ ଅପରେସନ ଚଳାଇବା ପରେ ଦୁଇ ଯୁବକଙ୍କ ଶବ ଉଦ୍ଧାର କରାଯାଇଥିଲା ।

ସୂଚନା ଅନୁଯାୟୀ, ତିନି ଜଣ ଯୁବକ ଦ୍ୱିପ୍ରହର ସମୟରେ ଯମୁନାରେ ଗାଧୋଉଥିଲେ । ଏହି ସମୟରେ ଦୁଇଜଣ ଗଭୀର ଜଳଧାରାରେ ବୁଡ଼ି ଯାଇଥିଲେ । ମୃତ ଦୁଇ ଜଣ ଯୁବକ ମାତ୍ର ୧୫ ଦିନ ପୂର୍ବରୁ ଏକ କମ୍ପାନୀରେ ଚାକିରି କରିବା ପାଇଁ ଆସିଥିଲେ । ତେବେ ଅନ୍ୟ ସାଙ୍ଗ ଜଣକ ଦୁଇ ଜଣଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ବୋଲି ପ୍ରକାଶ କରିଛନ୍ତି । ଖବର ପାଇଁ ସ୍ଥାନୀୟ ଏଡିଏମ, ଡିଏସପି ପ୍ରମୁଖ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୋଲିସ ଦୁଇଜଣଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.