ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଋଷିକେଶରେ ରିଭର ରାଫ୍ଟିଙ୍ଗ କରୁଥିବା ସମୟରେ ଅଘଟଣର ସାମ୍ନା କରିଛନ୍ତି ଦୁଇ ଯୁବତୀ । ଦୁଇ ଯୁବତୀ ନଦୀ ପାଣିକୁ ଖସି ପଡ଼ିବା ପରେ ଜଳସ୍ରୋତରେ ଭାସି ଯାଉଥିଲେ । ତେବେ ଏହି ସମୟରେ ଯବାନମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ଏହି ରେସକ୍ୟୁ ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଜଣାପଡ଼ିଛି ଯେ, ଋଷିକେଶର ଫୁଲ ଚଟ୍ଟୀ ନିକଟରେ ଦୁଇ ଯୁବତୀ ରାଫ୍ଟିଙ୍ଗ କରୁଥିବା ସମୟରେ ଡଙ୍ଗାରୁ ତଳକୁ ଖସି ପଡ଼ିଥିଲେ । ନଦୀର ଜଳସ୍ରୋତରେ ଦୁହେଁ ଦେଖୁ ଦେଖୁ ଭାସିବାରେ ଲାଗିଥିଲେ । ହାତଗୋଡ଼ ହଲାଇ ଚେଷ୍ଟା କରିଥିଲେ ହେଁ ଯୁବତୀ ଦ୍ୱୟ କୂଳ କିନାରା ପାଇନଥିଲେ । ଏହି ସମୟରେ ନଦୀରେ ଉପସ୍ଥିତ ଥିବା ଇଣ୍ଡିଆନ ଆର୍ମିର ଯବାନମାନେ ତତ୍ପରତା ଦେଖାଇ ପାଣିକୁ ଡେଇଁ ଦୁହିଁଙ୍କୁ ବଞ୍ଚାଇଥିଲେ ।
ତେବେ ଏନେଇ ସେନାର ଜଣେ ଅଧିକାରୀ କହିଛନ୍ତି ଯେ, ନଦୀରେ ଖସିବା ପରେ ଯୁବତୀ ଦ୍ୱୟ ଜଳର ତୀବ୍ର ସ୍ରୋତରେ ଭାସି ଯାଇଥିଲେ । ଯଦି ଠିକ୍ ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇ ନଥାନ୍ତା, ତେବେ ସେମାନେ ବଞ୍ଚିପାରି ନଥାନ୍ତେ । ତେବେ ଯବାନମାନେ ଦେବଦୂତ ସାଜି ଯୁବତୀମାନଙ୍କୁ ଉଦ୍ଧାର କରୁଥିବା ଭିଡିଓରେ ଦେଖାଯାଉଛି । ସୂଚନାଯୋଗ୍ୟ ଯେ, ଗତ ୪ ଦିନ ପୂର୍ବରୁ ଋଷିକେଶର ଗଙ୍ଗାନଦୀରେ ଗାଧୋଉଥିବା ସମୟରେ ପୂର୍ବ ଦିଲ୍ଲୀର ଜଣେ ପର୍ଯ୍ୟଟକ ବୁଡ଼ି ଯାଇଥିଲେ । ଏନଡିଆରଏଫ ଘଣ୍ଟା ଘଣ୍ଟା ପରିଶ୍ରମ କରି ୨୫ ଫୁଟ ଗଭୀର ଜଳରୁ ଯୁବକଙ୍କୁ ଶବକୁ ବାହାର କରିଥିଲା ।
Two civilian girls were rescued by one Indian Army Rafting team member today at Phool Chatti in Rishikesh. These girls fell out of a civilian raft and would have drowned if not rescued in time: Indian Army officials pic.twitter.com/tV4Qm8diQi
— ANI (@ANI) April 29, 2022