fbpx

ପ୍ରେମରେ ପଡ଼ିଲେ ୨ ଯୁବତୀ: ସେକ୍ସ ଚେଞ୍ଜ ସର୍ଜରୀ କରି ଜଣେ ହେଲେ ମହିଳାରୁ ପୁରୁଷ, ରଚିଲେ ବିବାହ

ନୂଆଦିଲ୍ଲୀ: ପ୍ରେମ କେତେବେଳେ ଯେ କାହାକୁ କେଉଁଠାରେ ହୋଇଯିବ, ତାହା କେହି କହିପାରିବେ ନାହିଁ । ଏହିପରି ୨ ଯୁବତୀଙ୍କ ପ୍ରେମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨ ଯୁବତୀ Tinder ଆପରେ ମିଶିଥିଲେ ଓ କିଛି ସମୟ ପରେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ରିଲେସନସିପରେ ଆସିବାରେ ପରେ ଜଣେ ଯୁବତୀ ସେକ୍ସ ଚେଞ୍ଜ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ସେ ନିଜ ପ୍ରେମିକା ସହ ବିବାହ ରଚିଛନ୍ତି । ଦୁହେଁ ଏବେ ସ୍ୱାମୀ-ସ୍ତ୍ରୀଙ୍କ ପରି ଜୀବନ ବିତାଉଛନ୍ତି । ନିକଟରେ ଏହି ଦମ୍ପତି ଏକ ଭିଡିଓ ଜରିଆରେ ନିଜ କାହାଣୀ ଲୋକମାନଙ୍କୁ କହିଛନ୍ତି ।

ତେବେ ଏହି କାହାଣୀ କାହାନାଡରେ ରହୁଥିବା ଚେସ୍ ଓ ଏଲନ ନାମକ ଦମ୍ପତିଙ୍କର, ଯେଉଁମାନେ ଏକ ଡେଟିଂ ଆପ୍ ମାଧ୍ୟମରେ ପରସ୍ପରକୁ ଭେଟିଥିଲେ । ଯେବେ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ, ସେବେ ଦୁହିଁ ଯୁବତୀ ଥିଲେ । କିନ୍ତୁ ବିବାହର କିଛି ମାସ ପୂର୍ବରୁ ଚେସ୍ ମହିଳାରୁ ପୁରୁଷ ହୋଇଥିଲେ ।

ଚେସଙ୍କ କହିବା ମୁତାବକ, ତାଙ୍କ ପାଖରେ ପୁରୁଷ ଗୁଣ ଥିବା ଅନୁଭବ ହେଉଥିଲା । ସେ ନିଜ ଜେଣ୍ଡର ସହ ଖୁସି ନଥିଲେ । ୨୦୧୭ରେ ଡେଟିଂ ଆରମ୍ଭ କରିବା ଦିନରୁ ସେ ଦ୍ୱନ୍ଦ୍ୱରେ ଥିଲେ । ନିର୍ବନ୍ଧର ଏକ ସପ୍ତାହ ପୂର୍ବରୁ ସେ ଏଲନଙ୍କୁ କହିଥିଲେ କି, ସେ ତାଙ୍କର ସ୍ୱାମୀ ହେବାକୁ ଚାହୁଁଛନ୍ତି । ଏହା ପରେ ସେ ଟେଷ୍ଟୋଷ୍ଟେରୋନ ହରର୍ମୋନର କୋର୍ସ ଆରମ୍ଭ କରିଥିଲେ । ତାଙ୍କୁ ଅନେକ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିଥିଲା ।

ଧୀରେ ଧୀରେ ଚେସଙ୍କ ଶରୀରରେ ପରିବର୍ତ୍ତନ ହେବା ଆରମ୍ଭ କରିଥିଲା । ତାଙ୍କର ଦାଢ଼ି ଓ ନିଶ ଆସିବା ଆରମ୍ଭ ହୋଇଥିଲା । ପରିବର୍ତ୍ତନ ଯୋଗୁଁ ତାଙ୍କ ପରିବାର ଓ ବନ୍ଧୁମାନେ ଏହାକୁ ସ୍ୱୀକାର କରିନଥିଲେ, କିନ୍ତୁ ସେ ହାର୍ ମାନିନଥିଲେ । ତେବେ ଏହି ଦମ୍ପତି ୩ ବର୍ଷ ହେବ ଏକାଠି ରହୁଛନ୍ତି ଓ ନିଜ ଜୀବନର ଭରପୂର ଆନନ୍ଦ ଉଠାଉଛନ୍ତି ।

Get real time updates directly on you device, subscribe now.