fbpx

ଭାରୋତ୍ତଳନରେ Utkal କରାଟେ ସ୍କୁଲର ଦୁଇ ଜଣଙ୍କୁ ପଦକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପଞ୍ଜାବର ପଟିଆଲା ଠାରେ ଚାଲିଥିବା ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଖେଲୋ ଇଣ୍ଡିଆ ଏକାଡେମୀ ଆକ୍ରିଡେଶନ ପାଇଥିବା ଉତ୍କଳ କରାଟେ ସ୍କୁଲର ଦୁଇ ଟ୍ରେନି ମୋନାଲି ସାହୁ ଓ ପୁନିତ ଚନ୍ଦ୍ର ସାହୁ ଦୁଇଟି ପଦକ ହାସଲ କରିଛନ୍ତି । ପୁରୁଷ ୟୁଥ ୯୬ କେଜି ବର୍ଗରେ ମୋଟ ୨୫୬ କେଜି ଭାରୋତ୍ତଳନ ଉଠାଇ ପୁନିତ ଚନ୍ଦ୍ର ସାହୁ ରୌପ୍ୟ ପଦକ ହାସଲ କରିଥିବା ବେଳେ ମୋନାଲି ସାହୁ ୬୪ କେଜି ଓଜନ ବର୍ଗରେ ୧୪୩ କିଗ୍ରା ଭରୋତ୍ତଳନ କରି ବ୍ରୋଞ୍ଜ ପଦକ ପାଇଛନ୍ତି ।

ଏହି ଦୁଇ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉତ୍କଳ କରାଟେ ସ୍କୁଲ ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ଡଃ ହରିପ୍ରସାଦ ପଟ୍ଟନାୟକ ସଭା ପରିଚାଳନା କରି ସମସ୍ତ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଆଗକୁ ଭାରୋତ୍ତଳନ ପାଇଁ ସ୍ପେଶାଲ ଟ୍ରେନିଂ ଆରମ୍ଭ କରି ଆଗକୁ ଅଲମ୍ପିକ ପାଇଁ ପିଲାଙ୍କୁ ପ୍ରସିକ୍ଷଣ ଦେବେ ବୋଲି କହିଛନ୍ତି ହରିହର। ଏହି ସଭାରେ ଟ୍ରେନର ଚନ୍ଦ୍ରଶେଖର ସାହୁ,ପୂର୍ବତନ ମେଡାଲିଷ୍ଟ ଚିତ୍ତରଞ୍ଜନ ସ୍ୱାଇଁ,ରାଜ୍ୟ ଭାରୋତ୍ତଳନ ସଂଘର ସଭାପତି ଗୌରୀ ମହାନ୍ତି,ଆନ୍ତର୍ଜାତିୟ ଖେଳାଳି ଚିନ୍ମୟୀ ଭୂୟାଁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.