fbpx

ପୁଣି କଡ଼ ଲେଉଟାଇଲା କରୋନା! ଭାରତରୁ ଚିହ୍ନଟ ହେଲା ଦୁଇଟି ନୂଆ ଭାରିଆଣ୍ଟ: କ’ଣ ରହିଛି ଏହାର ଲକ୍ଷଣ

ନୂଆଦିଲ୍ଲୀ: କରୋନା ଭାଇରସ ପୁଣି ଥରେ ସାରା ଦୁନିଆରେ ଆତଙ୍କ ଖେଳାଇଛି । ଭାଇରସ ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଗଲା ବୋଲି କିଛି ଲୋକଙ୍କର ଧାରଣା ରହିଥିଲା । ମାତ୍ର ତାହା ଏବେ ଭୁଲ୍ ସାବ୍ୟସ୍ତ ହୋଇଛି । ତେବେ ନିକଟରେ ଭାରତ ସମେତ ସାରା ବିଶ୍ୱରେ କରୋନାର ଦୁଇଟି ନୂଆ ଭାରିଆଣ୍ଟ ଦେଖାଯାଇଛି । ଏହା ଓମିକ୍ରନର ସବ୍ ଭାରିଆଣ୍ଟ ବୋଲି କୁହାଯାଉଛି । ଏହି ନୂଆ ସବ୍ ଭାରିଆଣ୍ଟର ନାମ ହେଉଛି ବିଏ.୫.୧.୭ ଓ ବିଏଫ.୭ ।

ଏହି ନୂଆ ଭାରିଆଣ୍ଟ ବହୁତ ଭୟଙ୍କର ହୋଇଥିବା ବେଳେ ବର୍ତ୍ତମାନ ଜାରି ରହିଥିବା ପାର୍ବଣ ଋତୁରେ ଏହା ମାମଲା ବଢ଼ାଇବାର ଆଶଙ୍କା ରହିଛି । ନୂଆ ଭାରିଆଣ୍ଟ ବିଏଫ.୭କୁ ଓମିକ୍ରନ ସ୍ପାନ ରୂପ ବୋଲି କୁହାଯାଉଛି । ଭାରତରେ ଏହାର ଏକ ମାମଲା ମଧ୍ୟ ଚିହ୍ନଟ ହୋଇସାରିଛି । ବିଏଫ.୭ର ମାମଲା ଗୁଜରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରରୁ ମିଳିଛି । ପାର୍ବଣ ସିଜିନରେ ସତର୍କ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ ବିଏଫ.୭ ସର୍ବପ୍ରଥମେ ନର୍ଥୱେଷ୍ଟ ଚୀନର ମଙ୍ଗୋଲେରିଆ ଆଟୋନମସ ରିଜନରୁ ମିଳିଥିଲା । ଏହି ସବ୍ ଭାରିଆଣ୍ଟ କାରଣରୁ ଚୀନରେ କରୋନା ମାମଲା ବଢ଼ିଥିଲା । ଓମିକ୍ରନର ଏହି ନୂଆ ସବ୍ ଭାରିଆଣ୍ଟ ଦ୍ରୁତ ଭାବେ ସଂକ୍ରମଣ କରାଯାଉଛି । ଏହାର ମାମଲା ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ ବେଲଜିୟମରୁ ମିଳିଛି । ଲଗାତର ଖାସ, ଶୁଣିବାରେ ସମସ୍ୟା, ଛାତି ଯନ୍ତ୍ରଣା, କମ୍ପନ, ସ୍ୱାଦ ପରିବର୍ତ୍ତନ ଆଦି ବିଏଫ.୭ର ଲକ୍ଷଣ ରହିଛି ।

Get real time updates directly on you device, subscribe now.