fbpx

ଖାଇବାକୁ ମିଳିଲାନି ଚିକେନ୍ ବିରୀୟାନୀ, ରାଗରେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ଲଗାଇଦେଲା ନିଆଁ

ନ୍ୟୁୟର୍କ: ଆମେରିକା ନ୍ୟୁୟର୍କରୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟରେ ନିଆଁ ଲଗାଇ ଦେଇଛନ୍ତି। ଆଉ ଏହାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ତେବେ ଘଟଣା ହେଉଛି ତାଙ୍କୁ ସେଠାରେ ଚିକେନ୍ ବିରିୟାନୀ ମିଳିନଥିଲା । ଯାହା ଏହି ପୂରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି ।

ଏହାର ଫୁଟେଜ୍ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏଥିରେ ଅଭିଯୁକ୍ତଜଣକ ରେଷ୍ଟୁରାଣ୍ଟରେ ନିଆଁ ଲଗାଉଥିବାର ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି । ଅଭିଯୁକ୍ତ ଚୋଫେଲ ନୋରବୁ(୪୯)କୁ ନ୍ୟୁୟର୍କ ପୋଲିସ ଗିରଫ କରିଛି । ରିପୋର୍ଟ ମୁତାବକ ଚୋଫେଲ ସହରର ଜ୍ୟାକସନ୍ ହାଇଟ୍ସ ଇଲାକାରେ ଥିବା ଏକ ବାଂଲାଦେଶୀ ରେଷ୍ଟୁରାଣ୍ଟରେ ଚିକେନ ବିରିୟାନୀ ଖାଇବା ପାଇଁ ପହଁଚି ଥିଲେ । କିନ୍ତୁ ଅତ୍ୟଧିକ ନିଶାରେ ଥିବାରୁ ରେଷ୍ଟୁରାଣ୍ଟ ପକ୍ଷରୁ ତାକୁ ଚିକେନ୍ ବିରିୟାନୀ ଖାଇବାକୁ ଦିଆଯାଇନଥିଲା । କ୍ରୋଧରେ ଜର୍ଜରିତ ଚୋଫେଲ ତା’ ପରଦିନ ରାତିରେ ଉକ୍ତ ରେଷ୍ଟୁରାଣ୍ଟରେ ନିଆଁ ଲଗାଇଦେଇଥିବା ନିଜେ ସ୍ୱୀକାର କରିଛି।

Get real time updates directly on you device, subscribe now.