fbpx

ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାର ବଡ଼ ଅପଡେଟ୍: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଗତ ୧୫ ତାରିଖ ଦିନ ଘଟଣାସ୍ଥଳରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତକ ଦ୍ୱୟ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ଗତକାଲି କାର୍ତ୍ତିକ ସେମାନଙ୍କର ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏହି ଖବରକୁ ନେଇ କାର୍ତ୍ତିକଙ୍କ ପରିବାରରେ ଶୋକର ଲହରୀ ଖେଳିଯାଇଛି ।

ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କାର୍ତ୍ତିକଙ୍କ ଦୁଇ ସମ୍ପର୍କୀୟ ଅଭିନେତାଙ୍କର ଅଙ୍କଲ-ଆଣ୍ଟି ହେବେ ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅବସରପ୍ରାପ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)ର ଜେନେରାଲ ମ୍ୟାନେଜର ମନୋଜ ଧନସୋରିୟା ଓ ତାଙ୍କର ପତ୍ନୀ ଅନୀତା । ଦୁର୍ଘଟଣାସ୍ଥଳରେ ଏବେ ବି ଅପରେସନ ଜାର ରହିଛି । ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି । ହୋର୍ଡିଂ ଅବୈଧ ଥିଲା ବୋଲି ଯାଞ୍ଚରୁ ଜଣାପଡ଼ିଛି । ୧୫ ହଜାର ବର୍ଗଫୁଟରୁ ଅଧିକ କ୍ଷେତ୍ରଫଳ ଅଞ୍ଚଳରେ ପାଖାପାଖି ୨୫୦ ଟନର ହୋର୍ଡିଂ ଲାଗିଥିଲା । ଉକ୍ତ ଅଘଟଣ ପରେ ମୁଖ୍ୟ ଅଭିଯୁକ୍ତ ଭବେଶ ଭିଣ୍ଡେଙ୍କୁ ରାଜସ୍ଥାନର ଉଦୟପୁରରୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.