ଟ୍ରେନ୍ ଭିତରେ ମରାମରି (Video)…. ମହିଳାଙ୍କ ଚୁଟି ଟାଣି ଚାପୁଡ଼ା, ବିଧା ବସେଇଲେ ଆଉ ଜଣେ ମହିଳା
ଟ୍ରେନରେ ଆକ୍ସନ୍ । ୨ ମହିଳାଙ୍କ ଉତ୍ପାତ ଦେଖି ଯାତ୍ରୀ କାବା ।
ମୁମ୍ବାଇ: ଦିଲ୍ଲୀ ମେଟ୍ରୋ ଡ୍ୟାନ୍ସ ଏବଂ ଷ୍ଟଣ୍ଟ ଭିଡିଓ ପାଇଁ ଫେମସ ହୋଇଥିବାବେଳେ ମୁମ୍ବାଇ ମେଟ୍ରୋ କିନ୍ତୁ ଫେମସ୍ ହୋଇଛି ଆକ୍ସନ୍ ପାଇଁ । କାରଣ ମୁମ୍ବାଇ ମେଟ୍ରୋରୁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜନଗହଳି ବଗିରେ ଠିଆ ହେବାକୁ ଯାତ୍ରୀ ସଂଘର୍ଷ କରୁଥିବାବେଳେ ଦୁଇ ମହିଳା ଲାଗିଛନ୍ତି କଳି ।
ଆଜ୍ଞା ହଁ, ଭାଇରାଲ ଭିଡିଓରେ ଦେଖାଯାଉଥିବା ଦୁଇ ମହିଳା କେବଳ କଳି ଲାଗୁ ନାହାନ୍ତି ବରଂ ପରସ୍ପରର ଚୁଟି ଭିଡି ମାଡ଼ ମାରୁଛନ୍ତି ମଧ୍ୟ । ଭିଡିଓ ମୁତାବକ ଟ୍ରେନରେ ଛିଡ଼ା ରହିଥିବା ୨ ମହିଳା ପ୍ରଥମେ କଥା କଟାକଟି ହୋଇଥିଲେ ।
ଏହାପରେ ଜଣେ ଅନ୍ୟଜଣଙ୍କ ପାଖକୁ ମାଡି ଆସିଲାବେଳକୁ ମଉକାର ଫାଇଦା ଉଠାଇ ମହିଳା ଅନ୍ୟ ମହିଳାଙ୍କ ଚୁଟି ଧରି ଚାପୁଡା, ବିଧା ମାରିବା ଆରମ୍ଭ କରିଦେଲେ । ମାଡ଼ ଖାଉଥିବା ମହିଳା ଜଣକ ଶେଷରେ ଚିକ୍ରାର କରିବାକୁ ଲାଗିଲେ, ଆଉ ପାଖରେ ଛିଡ଼ାଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ସେମାନଙ୍କୁ ଅଟକାଇଲେ । ଯାହାପରେ ୨ ମହିଳାଙ୍କ ମଧ୍ୟରେ ଝଗଡ଼ା ବନ୍ଦ ହୋଇଥିବା କୁହାଯାଉଛି ।
ତେବେ ଭିଡିଓଟି ଏକ୍ସରେ ଏବେ ବହୁଳ ଭାବେ ପ୍ରସାରିତ ହେବାରେ ଲାଗିଛି । ଲୋକେ ଏହାକୁ ମନୋରଞ୍ଜନ ହିସାବରେ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏକଥାକୁ ଆମକୁ ସ୍ୱିକାର କରିବାକୁ ପଡ଼ିବ ଯେ, ବର୍ତ୍ତମାନ ସମୟରେ ହଂସା, କଳିଗୋଳର ମାତ୍ରା ବଢ଼ିଚାଲିଛି । ଲୋକମାନେ ଦିନକୁ ଦିନ ପ୍ରତିହିଂସାପରାୟଣ ହେବାରେ ଲାଗିଛନ୍ତି ।
Kalesh b/w Ladies inside Mumbai Locals: pic.twitter.com/gdZ3VPBk5R
— Ghar Ke Kalesh (@gharkekalesh) March 24, 2025