ଇଦ୍ ଉପହାର ଦେଲେ ୟୁଏଇ ରାଷ୍ଟ୍ରପତି: ୫୦୦ ଭାରତୀୟଙ୍କ ସମେତ ୧୫୦୦ରୁ ଅଧିକ କଏଦୀଙ୍କୁ କଲେ ମୁକ୍ତ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହୟାନ୍ ଫେବୃଆରୀ ଶେଷରେ ଏକ ବଡ଼ ଘୋଷଣା କରିଥିଲେ । ରମଜାନ ପୂର୍ବରୁ ରାଷ୍ଟ୍ରପତି କଏଦୀମାନଙ୍କୁ କ୍ଷମା କରିବା ବିଷୟରେ କହିଥିଲେ । ଏବେ ରମଜାନ ଶେଷରେ ୧୨୯୫ ଜଣ କଏଦୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମକତୁମ୍ ୧୫୧୮ ଜଣ କଏଦୀଙ୍କ ପାଇଁ କ୍ଷମା ଘୋଷଣା କରିଛନ୍ତି । ମୁକ୍ତ ହୋଇଥିବା ଲୋକଙ୍କ ମଧ୍ୟରେ ୫୦୦ ରୁ ଅଧିକ ଭାରତୀୟ ନାଗରିକ ଥିବା ଜଣାପଡିଛି ।

୫୦୦ ରୁ ଅଧିକ ଭାରତୀୟ ସାମିଲ :
ଫେବୃଆରୀ ଶେଷ ଭାଗରେ କଏଦୀମାନଙ୍କ ପାଇଁ କ୍ଷମାର ଘୋଷଣା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ରସିଦ ଅଲ୍ ମକତୁମ୍ ମୋଟ ୧,୫୧୮ କଏଦୀଙ୍କ ପାଇଁ କ୍ଷମା ଘୋଷଣା କରିଛନ୍ତି ।

ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଲୋକଙ୍କ ମଧ୍ୟରେ ୫୦୦ ରୁ ଅଧିକ ଭାରତୀୟ ନାଗରିକ ଅଛନ୍ତି । ୟୁଏଇର ରାଷ୍ଟ୍ରପତିଙ୍କଠାରୁ କ୍ଷମା ପାଇବା ପରେ ମୁକ୍ତ ହୋଇଥିବା ବ୍ୟକ୍ତିମାନେ ସେମାନଙ୍କ ପରିବାର ସହିତ ଇଦ୍ ପାଳନ କରିପାରିବେ ।