fbpx

କେବଳ ୩ ମିନିଟ ପାଇଁ ଉବର ଡ୍ରାଇଭରଙ୍କ ନାଁରେ ୩ ଲକ୍ଷ ଟଙ୍କାର ଚାଲାଣ

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ଯାନବାହନ ବୃଦ୍ଧି ହେବା ସହ ପାର୍କିର୍ଂ ଜନିତ ସମସ୍ୟା ଦେଖା ଦେଖାଯାଉଛି । ସେଥିପାଇଁ ଲୋକମାନଙ୍କୁ ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡ ମାଞ୍ଚେଷ୍ଟରରେ ସ୍ଥିତ ଏକ ବିମାନ ବନ୍ଦରରେ । ଏହି ବିମାନ ବନ୍ଦରରେ ପାର୍କିଂ ସୁବିଧା ଥାଇ ମଧ୍ୟ ଜଣେ ଉବର ଡ୍ରାଇଭରଙ୍କ ଠାରୁ ମୋଟା ଅଙ୍କର ଚାଲାଣ କଟାଯାଇଛି । ତେବେ ସମ୍ପୂର୍ଣ୍ଣ ମାମଲାଟା କ’ଣ ଆସନ୍ତୁ ଜାଣିବା ।

ସୂଚନାରୁ ପ୍ରକାଶ ନିକଟରେ ଜଣେ ଉବର ଡ୍ରାଇଭର ଲିଭରପୁଲରୁ ମାଞ୍ଚେଷ୍ଟର କିଛି ଯାତ୍ରୀଙ୍କୁ ବିମାନବନ୍ଦର ଛାଡ଼ିବା ପାଇଁ ଯାଇଥିଲେ । ଉକ୍ତ ଡ୍ରାଇଭରଙ୍କ ନାମ ହେଉଛି ମାର୍କ କର୍ଣ୍ଣର । ବିମାନବନ୍ଦରର ‘ଡ୍ରପ୍ ଅଫ୍ ଜୋନ୍’ରେ ସେ ଅଟକିଥିଲେ । ନିୟମ ଅନୁସାରେ ସେଠାରେ ୫ ମିନିଟ ଅଟକିଲେ ଗାଡ଼ି ଚାଳକଙ୍କ ଠାରୁ ପ୍ରାୟ ୫ ପାଉଣ୍ଡ ଚାଲାଣ ଆଦାୟ କରାଯାଇଥାଏ । କିନ୍ତୁ ମାର୍କଙ୍କ କ୍ଷେତ୍ରରେ ମାତ୍ର ୩ ମିନିଟର ରହଣି ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୩ ଲକ୍ଷ ୩୦ ହଜାର ଟଙ୍କା ନିଆଯାଇଥିଲା । ଏନେଇ ସେ ବିମାନବନ୍ଦର କତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କୁ ଟଙ୍କା ଫେରସ୍ତ ମିଳିନଥିଲା । ଡ୍ରାଇଭରଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ ଏବଂ ଶୀଘ୍ର ତାଙ୍କ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରାଯାଉଥିବା ନେଇ ବିମାନବନ୍ଦର କତ୍ତୃପକ୍ଷ କହିଥିଲେ ।

Get real time updates directly on you device, subscribe now.