ODL ଓ ଅନଲାଇନ୍ ଶିକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନ ଠାରୁ ଆବେଦନ ଆମନ୍ତ୍ରଣ କଲା UGC: ଅକ୍ଟୋବର ୩୧ ସୁଦ୍ଧା ସରିବ ଆବେଦନ

ନୂଆଦିଲ୍ଲୀ: ଶିକ୍ଷା ବର୍ଷ ୨୦୨୪-୨୫ ପାଇଁ ଓପନ ଆଣ୍ଡ ଡିଷ୍ଟାନ୍ସ ଲର୍ଣ୍ଣିଂ (ଓଡିଏଲ) ଓ ଅନଲାଇନ୍ କାର୍ଯ୍ୟକ୍ରମ ପାଇଁ ମାନ୍ୟତାପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କ ଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରାଯାଇଛି । ଯେଉଁ ଉଚ୍ଚ ଶିକ୍ଷାନୁଷ୍ଠାନମାନେ ଏଥିପାଇଁ ଯୋଗ୍ୟ ହେବେ ସେମାନେ ଅକ୍ଟୋବର ୧୫ରୁ ୩୧ ତାରିଖ ମଧ୍ୟରେ ଅଫିସିଆଲ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ଏହାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ତରଫରୁ ଏକ ନୋଟିସ୍ ଜାରି କରାଯାଇଛି ।

ଆବେଦନକାରୀଙ୍କୁ ଟୁ-ଷ୍ଟେପ ସବମିଶନ ପ୍ରକ୍ରିୟାକୁ ପାଳନ କରିବାକୁ ପଡ଼ିବ । ପ୍ରଥମେ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ତା’ପରେ ନଭେମ୍ବର ୧୫ ପରେ ଜରୁରୀ ଏଫିଡେଭିଟ୍ ଓ ଅନ୍ୟ ଆନେକ୍ସର ସହିତ ହାର୍ଡ କପି ଜମା କରିବାକୁ ପଡ଼ିବ । ଡିଜିଟାଲ ଓ ଫିଜିକାଲ ଉଭୟ କ୍ଷେତ୍ରରେ ଡକ୍ୟୁମେଣ୍ଟ ବିଚାର ପାଇଁ ସମ୍ପୂର୍ଣ୍ଣ ଭାବେ ସଠିକ୍ ବୋଲି ଏହି ଦୁଇ ସବମିଶନ ପ୍ରକ୍ରିୟା ସୁନିଶ୍ଚିତ କରିଥାଏ । ୟୁଜିସି ସମସ୍ତ ଇଚ୍ଛୁକ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଆବେଦନ ଶୁଳ୍କ ସମେତ ଦୁଇ ଅପଡେଟ୍ ବିଷୟରେ ବିସ୍ତୃତ ବିବରଣୀ ପାଇଁ ଡିଷ୍ଟାନ୍ସ ଏଜୁକେସନ ବ୍ୟୁରୋ (ଡିବିଇ)ର ୱେବସାଇଟ୍ ଦେଖିବାକୁ ପରାମର୍ଶ ଦେଇଛି । ସମସ୍ତ ଆବେଦନକାରୀଙ୍କ କଡ଼ା ଯାଞ୍ଚ କରାଯିବ । ତା’ପରେ ହାୟର ଏଜୁକେସନ ପାଇଁ ଧାର୍ଯ୍ୟ ପାରାମିଟର ଆଧାରରେ ଦୂରନିରନ୍ତର ଶିକ୍ଷା ପାଇଁ ମାନ୍ୟତା ପ୍ରଦାନ କରାଯିବ ।

Get real time updates directly on you device, subscribe now.