fbpx

ୟୁଜିସି ନେଟ ବିବାଦ: ଆଦିତ୍ୟ ଠାକରେ କହିଲେ ‘ଏଜୁକଶେନ ଇମାରଜେନ୍ସୀ’

Advertisement

ନୂଆଦିଲ୍ଲୀ: ନିଟ ପରେ ଚାଲିଛି ନେଟ ବିବାଦ, ଆଉ ଏହି ବିବାଦ ମଧ୍ୟରେ ଗୋଟିଏ ପରେ ଗୋଟିଏ ଆସୁଛି ରାଜନେତାଙ୍କ ଟିପ୍ପଣୀ । ନେଟ ବିବାଦକୁ ନେଇ ଶିବସେନା (ୟୁବିଟି)ର ଯୁବନେତା ଆଦିତ୍ୟ ଠାକରେ ସରକାରଙ୍କ ଉପରେ ସିଧାସଳଖ ନିଶାଣ ସାଧିଛନ୍ତିା ଆଦିତ୍ୟ ଠାକରେ ସୋସିଆଲ ମିଡିଆ ସାଇଟ ଏକ୍ସ ( ପୂର୍ବର ଟ୍ୱିଟର) ରେ ଲେଖିଛନ୍ତି,ଏଜୁକେଶନ ‘ଇମାରଜେନ୍ସୀ । କେନ୍ଦ୍ର ସରକାରଙ୍କୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ କୌଣସି ଚିନ୍ତା ନାହିାଁ ସେମାନେ କେବଳ ପିଆର ଉପରେ ଧ୍ୟାନ ଦେଉଛନ୍ତିା’ ସେପଟେ ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ବାରମ୍ବାର ରାଷ୍ଟ୍ରୀୟ ପରୀକ୍ଷାକୁ ନିଷ୍ପକ୍ଷ ଭାବରେ ଆୟୋଜିତ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତିା ଯାହା ତାଙ୍କର ବିଫଳତାକୁ ପ୍ରମାଣିତ କରିଥାଏା ସେ ଆହୁରି ଲେଖିଛନ୍ତି ଏହା ଏକ ଶିକ୍ଷାର ଜରୁରୀକାଳୀନ ପରିସ୍ଥିତିା ଯାହା ଦଃୁଖ ଓ ପରିତାପର ବିଷୟ । ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଏନଟିଏ ସରକାର ଖେଳୁଛନ୍ତିା

ସିବିଆଇ କରିବ ଯାଞ୍ଚ:
ପ୍ରଥମରୁ ହିଁ ନିଟ ପରୀକ୍ଷାର ଘୋଟାଲାକୁ ସାମ୍ନା କରୁଥିବା ଏନଟିଏ ପାଇଁ ନେଟ ପରୀକ୍ଷାର ଏହି ସାମଲା ନିଶ୍ଚିତଭାବରେ ଏକ ବଡ ଝଟକା କହିଲେ ଅତ୍ୟୁକ୍ତି ହେବ ନାହିାଁ ଶିକ୍ଷା ମନ୍ତ୍ରାଳୟ ବୁଧବାରରେ ଏକ ଚ୍ୱିଟ କରି କହିଛି ଯେ ଗୃହ ମନ୍ତ୍ରାଳୟ ଅଧିନରେ ଆସୁଥିବା ଇଣ୍ଡିଆନ ସାଇବର ସେଣ୍ଟରର ପ୍ରାଥମିକ ତଦନ୍ତକୁ ଆଧାର କରି ୧୮ ଜୁନରେ ହୋଇଥିବା ନେଟ ପରୀକ୍ଷାକୁ ରଦ୍ଦ କରାଯାଇଛିା ପୁଣି ଥରେ ଏହି ପରୀକ୍ଷା ଆୟୋଜନ କରିଯିବା ଗୃହମନ୍ତ୍ରାଳୟ କହିଛି ଯେ ଏହି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ଯାଞ୍ଚ କରିବା ପାଇଁ ସିବିଆଇକୁ ଦାୟିତ୍ୱ ଦିଆଯାଇଛିା ପ୍ରକାଶଥାଉ ଯେ ୧୮ ଜୁନରେ ହୋଇଥିବା ନେଟ ପରୀକ୍ଷା ଅନିୟମିତତା ସାରା ଦେଶରେ ଏବେ ଚର୍ଚ୍ଚାର କେନ୍ଦ୍ରବ

Get real time updates directly on you device, subscribe now.