fbpx
BSKY SKY
BSKY SKY

ଆଧାରକୁ ନେଇ ଲୋକଙ୍କୁ ସତର୍କ କଲା UIDAI: ଏହି କାମ ନକଲେ ଅଟକିଯିବ ଅନେକ କାମ!

BSKY

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ସରକାରୀ କାମରେ ଆଧାର କାର୍ଡ ଅତି ଜରୁରୀ ପ୍ରମାଣପତ୍ର । ସେଥିପାଇଁ ଏହା ଏକଦମ୍ ସଠିକ୍ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜନ୍ମ, ତାରିଖ, ଲିଙ୍ଗ ଏବଂ ନାମ କିମ୍ବା ଉପନାମ ଅନେକ ଲୋକଙ୍କ ଆଧାର କାର୍ଡରେ ଅପଡେଟ୍ ହୋଇନଥାଏ, ଯେଉଁ କାରଣରୁ ସେମାନେ ଅନେକ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୁଅନ୍ତି । ସରକାରୀ ଯୋଜନା ବ୍ୟତୀତ ଆଜିକାଲି ଘରୋଇ କ୍ଷେତ୍ରରେ ମଧ୍ୟ ଏହାର ସମାନ ଆବଶ୍ୟକତା ରହିଛି । ଆଜିକାଲି ସାଇବର ଠକମାନେ ମଧ୍ୟ କମ୍ ନୁହଁନ୍ତି । ଆଧାର କାର୍ଡ ମାଧ୍ୟମରେ ଅନେକ ପ୍ରକାରର ଠକେଇ କରୁଛନ୍ତି । ତେଣୁ ଟ୍ୱିଟ୍ ମାଧ୍ୟମରେ ଇ-ମେଲକୁ ଲିଙ୍କ୍ କରିବାକୁ ୟୁଆଇଡିଏଆଇ ଲୋକଙ୍କୁ ମଧ୍ୟ କହିଛି ।

୧୭ ଅକ୍ଟୋବରରେ UIDAI ଟ୍ୱିଟ୍ କରି କହିଛି ଯେ, ଆଧାର କାର୍ଡକୁ ନିଜର ଇ-ମେଲ୍ ଆଇଡି ସହିତ ଲିଙ୍କ୍ କଲେ ବହୁତ ଫାଇଦା ମିଳିବ । ଯେଉଁଠାରେ ଆପଣ ଆଧାର କାର୍ଡ ବ୍ୟବହାର କରନ୍ତି, ସେହି ସମୟରେ ଆପଣଙ୍କୁ ଆପଣଙ୍କର ଇ-ମେଲରେ ଏକ ଆଲର୍ଟ ପଠାଯିବ । ଯଦି କେହି ଭୁଲ ଭାବରେ ଆପଣଙ୍କର ଆଧାରକୁ ପ୍ରାମାଣିକରଣ କରନ୍ତି, ସେହି ସମୟରେ ଆପଣଙ୍କର ଇ-ମେଲ୍ ଆଇଡିକୁ ମେସେଜ ପଠାଯିବ । ଏହା ଦ୍ୱାରା ଯଦି କେହି ଠକେଇ କରିବାକୁ ଚାହିଁବେ, ତେବେ ଆପଣଙ୍କୁ ଜଣାପଡିଯିବ ।

UIDAI କହିଛି ଯେ, ଯଦି ଆପଣ ଆଧାର କାର୍ଡରେ ଆପଣଙ୍କର ଇ-ମେଲ୍ ଆଇଡି ଅପଡେଟ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ନିକଟସ୍ଥ ଆଧାର କେନ୍ଦ୍ରକୁ ଯିବାକୁ ପଡିବ । ଆପଣ ଘରେ ବସି ଏହି କାମ କରିପାରିବେ ନାହିଁ । ଆପଣ ନିକଟତମ ଆଧାର କେନ୍ଦ୍ର ବିଷୟରେ ଜାଣିବା ପାଇଁ https://bhuvan.nrsc.gov.in/aadhaar/ ୱେବସାଇଟ୍ ଭିଜିଟ୍ କରିପାରିବେ ।

Get real time updates directly on you device, subscribe now.