fbpx

TIGER-3 ଫିଲ୍ମ ରିଲିଜ ପୁର୍ବରୁ କ୍ୟାଟ୍ରୀନା କରିଲେ ବଡ ଖୁଲାସା: କହିଲେ ଏହି ଅଭିନେତା ମୋର ପସନ୍ଦ

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରୀନା କେଫ ତାଙ୍କ ଆଗାମୀ ଫିଲ୍ମ ଫୋନଭୁତର ପ୍ରମୋସନରେ ବ୍ୟସ୍ତ ଥିବା ଜଣା ପଡିଛି । ଏହି ଫିଲ୍ମରେ କ୍ୟାଟ୍ରୀନାଙ୍କ ବ୍ୟତୀତ ସିଦ୍ଧାନ୍ତ ଚତୁର୍ବେଦୀଏବଂ ଇଶାନ ଖଟ୍ଟର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମ ପ୍ରମୋସନ ସମୟରେ ଅଭିନେତ୍ରୀ କ୍ୟାଟ୍ରିନା କେଫ ଶାହାରୁଖ ଖାନ, ସଲମାନ ଖାନ, ଆମୀର ଖାନଙ୍କ ସହ କାମ କରିବାର ଅଭିଜ୍ଞତା କିପରି ଥିଲା ସେ ବିଷୟରେ କହିଥିଲେ ? ଏହି ବଷୟରେ କଥା ହେଉଥିବା ସମୟରେ କ୍ୟାଟ୍ରୀନା ତିନି ଖାନଙ୍କୁ ‘ଆଇକନ୍’ ବୋଲି କହିଥିଲେ। ଏହା ବ୍ୟତୀତ ଅଭିନେତ୍ରୀ ପ୍ରଥମ ଥର ପାଇଁ ଇଶାନ ଏବଂ ସିଦ୍ଧନ୍ତଙ୍କ ସହ କାମ କରି କିପରି ଅନୁଭବ ହେଉଥିଲା ସେ ବିଷୟରେ ମଧ୍ୟ କହିଥିଲେ। ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଭିରାଲ ହେଉଥିବା ଭିଡିଓରେ କଣ କହୁଛନ୍ତି କ୍ୟାଟ୍ରୀନା ।

 

 

 

View this post on Instagram

 

A post shared by Farhan Akhtar (@faroutakhtar)

କ୍ୟାଟ୍ରିନାଙ୍କ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ କ୍ୟାଟ୍ରିନା କେଫଙ୍କ ଏକ ଭିଡିଓ ଲଗାତାର ଭାବରେ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ସେ ତିନି ଖାନ୍ ଅର୍ଥାତ, ସଲମାନ ଖାନ୍ ,ଶାହାରୁଖ ଖାନ୍ ଏବଂ ଅମୀର ଖାନଙ୍କ ବିଷୟରେ କିଛି କହୁଥିବା ଜଣାପଡୁଛି । ସେ ତିନି ଖାନଙ୍କୁ ପ୍ଶଂସା କରିବା ସହ ସେମାନଙ୍କୁ ଆଇକନ ମଧ୍ୟ କହିଛନ୍ତି । ସେ ଏହି ତିନି ଖାନଙ୍କ ସହ କାମ କରି ବହୁତ କିଛି କଥା ଶିଖିଥିବା ମଧ୍ୟ କହିଛନ୍ତି । ଏଥିସହିତ ସେ ଏହା ମଧ୍ୟ କହିଛନ୍ତି ଯେ ସେ ତିନି ଖାନ ଅର୍ତାତ ସଲମାନ ,ଶାହାରୁଖ, ଏବଂ ଅମୀର ଖାନଙ୍କୁ ପସନ୍ଦ କରନ୍ତି । ତେବେ କ୍ୟାଟ୍ରୀନା ଇଣ୍ଡଷ୍ଟ୍ରିର ସବୁଠୁ ବଡ ତାରକାଙ୍କ ସହ କାମ କରିବା ପରେ ଯେତେବେଳେ ତାଙ୍କୁ ଇଶାନ ଏବଂ ସିଦ୍ଧନ୍ତ ଚତୁର୍ବେଦୀଙ୍କ ସହ କାମ କରିବା ବିଷୟରେ ପଚରାଗଲା, ସେତେବେଳେ ଅଭିନେତ୍ରୀ କହିଥିଲେ- ‘ସେମାନେ ବହୁତ ଉତ୍ସାହିତ ଏବଂ ବହୁତ ପରିଶ୍ରମ କରୁଛନ୍ତି । ‘ଭଲ ନିର୍ଦ୍ଦେଶକ ଗୁରୁମିତ ସିଂଙ୍କ ଫିଲ୍ମ ‘ଫୋନ୍ ଭୁତ ନଭେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ କ୍ୟାଟ୍ରିନା ଏକ ସୁନ୍ଦର ଭୂତର ଭୂମିକାରେ ନଜର ଆସିବେ ଏବଂ ଇଶାନ ଖଟ୍ଟର ଏବଂ ସିଦ୍ଧନ୍ତଙ୍କୁ ଭୂତ୍ ବଷ୍ଟର ଚରିତ୍ରରେ ଦେଖିବାକୁ ମିଳିବ।

Get real time updates directly on you device, subscribe now.