fbpx

UIDAI ନେବ ଟପ୍-୨୦ ହ୍ୟାକରଙ୍କ ସାହାଯ୍ୟ: ଆଧାର କାର୍ଡ ସିକ୍ୟୁରିଟି ସିଷ୍ଟମରେ ରହିଛି ତ୍ରୁଟି

ନୂଆଦିଲ୍ଲୀ: ଦେଶର ସମସ୍ତ ନାଗରିକଙ୍କ ପାଇଁ ଖୁବ ଜରୁରୀ ହୋଇପଡିଛି ଆଧାର କାର୍ଡ । ଭାରତର ୧୩୨ କୋଟି ଲୋକଙ୍କ ଆଧାର ଡାଟା ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) । ଏହାପରେ ମଧ୍ୟ ଏହି ଡାଟାର ସୁରକ୍ଷାକୁ ନେଇ ଅନେକ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଏବେ ଆଧାର ସିଷ୍ଟମରେ ହେଉଥିବା ସମ୍ଭାବିତ ତ୍ରୁଟି ଗୁଡିକୁ ଚିହ୍ନଟ କରିବା ପାଇଁ UIDAI ହ୍ୟାକରମାନଙ୍କ ସାହାଯ୍ୟ ଲୋଡିଛି । ଏହି କାମ ଏବେ ଦେଶର ଟପ୍-୨୦ ହ୍ୟାକରଙ୍କୁ ଦିଆଯିବ ।

ଆଧାରର ତଥ୍ୟ ଇତ୍ୟାଦିକୁ ସୁରକ୍ଷା ଦେବା ପାଇଁ ଏଭଳି କିଛି ପଦକ୍ଷେପର ଦାବି ହୋଇ ଆସୁଥିଲା । ବିଭିନ୍ନ ଅଗ୍ରଣୀ ସଂଗଠନ ପାଇଁ ଏଥିକାଲ ହ୍ୟାକରମାନେ ଏହି ସବୁ କାମ କରିଥାନ୍ତି । ଗତ ଜୁଲାଇ ୧୩ ତାରିଖରେ UIDAIକୁ ଜାରି ହୋଇଥିବା ଏକ ଆଦେଶ ପତ୍ରରେ ଆଧାରର ସିକ୍ୟୁରିଟି ସିଷ୍ଟମରେ ବଗ୍ ବାଉଣ୍ଟି ପ୍ରୋଗ୍ରାମ ଚଳାଇବାର ନିଷ୍ପତ୍ତିକୁ ନେଇ ସୂଚନା ଦିଆଯାଇଛି । ଏହି ଆଦେଶ ମୁତାବକ, ୨୦ ଜଣ ହ୍ୟାକରଙ୍କୁ UIDAIର ସେଣ୍ଟ୍ରାଲ ଆଇଡେଣ୍ଟିଟି ଡାଟା ରିପୋଜିଟରୀ(CIDR) ର ଷ୍ଟଡି କରିବା ପାଇଁ ଅନୁମତି ଦିଆଯିବ । ଏହା ପୃଥିବୀର ସର୍ବବୃହତ ଡାଟାବେସ । ୧.୩୨ ଆରବ ଭାରତୀୟଙ୍କ ଆଧାର ଡାଟା ଏହିଠାରେ ଷ୍ଟୋର ହୋଇ ରହିଥାଏ ।

ତେବେ ହ୍ୟାକରମାନଙ୍କ ପାଇଁ ମଧ୍ୟ କିଛି ନିୟମ ଏବଂ ସର୍ତ୍ତ ଲାଗୁ କରାଯାଇଛି:

ହ୍ୟାକରମାନଙ୍କ କ୍ରାଇଟେରିଆକୁ ନେଇ ମଧ୍ୟ ଏହି ଆଦେଶରେ ଉଲ୍ଲେଖ ରହିଛି । ଏଥିପାଇଁ ସିଲେକ୍ଟ ହୋଇଥିବା ହ୍ୟାକର ହ୍ୟାକରଅନ, ବଗ୍ କ୍ରାଉଡ ଭଳି ଟପ ୧୦୦ ବଗ୍ ବାଉଣ୍ଟି ଲିଡର୍ସ ବୋର୍ଡରେ ରହିବା ଆବଶ୍ୟକ । ନଚେତ ମାଇକ୍ରୋସଫ୍ଟ, ଗୁଗଲ, ଫେସବୁକ କିମ୍ବା ଆପଲ ଆଦି ପ୍ରତିଷ୍ଠିତ କମ୍ପାନୀ ଦ୍ୱାରା ସଞ୍ଚାଳିତ ବାଉଣ୍ଟି ପ୍ରୋଗ୍ରାମରେ ସୂଚୀବଦ୍ଧ ହୋଇଥିବା ଆବଶ୍ୟକ । ଏହାବ୍ୟତୀତ ହ୍ୟାକର ଜଣକ ଭାରତୀୟ ନାଗରିକ ହେବା ସହିତ ସେମାନଙ୍କ ନିକଟରେ ଏକ ଭ୍ୟାଲିଡ ଆଧାର ନମ୍ବର ରହିବା ମଧ୍ୟ ନିତ୍ୟାନ୍ତ ଜରୁରୀ ।

ଏଭଳି ଏକ ବଗ୍ ବାଉଣ୍ଟି କରିବାରେ ଭାରତର ପ୍ରଥମ ସରକାରୀ ଏଜେନ୍ସି ହୋଇପାରେ UIDAI। ତେବେ CIDRରେ ରଖାଯାଇଥିବା ଆଧାର ଡାଟାର ସୁରକ୍ଷା କରିବା ସହ ସମ୍ଭାବିତ ତ୍ରୁଟି ଖୋଜି ବାହାର କରିବା ପାଇଁ UIDAI ପ୍ରୟାସ ଜାରି ରଖିଛି । ତେବେ UIDAIର କୌଣସି କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇପାରିବେ ନାହିଁ ।

Get real time updates directly on you device, subscribe now.