fbpx

ୟୁକ୍ରେନକୁ ପରମାଣୁ ଅସ୍ତ୍ରଶସ୍ତ୍ରର ଟେକନିକ୍ ଦେଉଛି ପାକିସ୍ତାନ: ଋଷ୍

ମସ୍କୋ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଗତ ୯ ମାସ ହେବ ଯୁଦ୍ଧ ଲାଗିରହିଛି । ଏହାରି ମଧ୍ୟରେ ଋଷ ଦାବି କରିଛି ଯେ ୟୁକ୍ରେନକୁ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ପାକିସ୍ତାନ ସହାୟତା କରୁଛି । ଏହି ଦାବି କରିଛନ୍ତି ଋଷର ସାଂସଦ ଇଗୋର ମୋରେଜୋବ । ସାଂସଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ୟୁକ୍ରେନ୍ ସେନାକୁ ପାକିସ୍ତାନ ଗୋଳାବାରୁଦ ଯୋଗାଣ କରୁଛି ।

ଏହାପୂର୍ବରୁ ଉତ୍ତରକୋରିଆ ଓ ଲିବିଆକୁ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ପାକିସ୍ତାନ ସହାୟତା କରୁଥିଲା ବୋଲି ଦାବି କରାଯାଇଥିଲା । ଋଷ୍ ଆହୁରି ଦାବି କରିଛି ଯେ ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ସବିଶେଷ ଜ୍ଞାନ ହାସଲ କରିବା ପାଇଁ ୟୁକ୍ରେନର କିଛି ଲୋକ ପାକିସ୍ତାନ ଗସ୍ତ କରିଥିଲେ ।

ଇସଲାମାବାଦର କିଛି ଲୋକ ପରମାଣୁ ବୋମା ତିଆରି କରିବାର ଟେକନିକ୍ ଉପରେ ଚର୍ଚ୍ଚା କରିବା ପାଇଁ ୟୁକ୍ରେନ୍ ବି ଯାଇଥିବା ଏଥିରେ ଦାବି କରାଯାଇଛି । ଋଷର ଅଭିଯୋଗ ଅନୁଯାୟୁ ୟୁକ୍ରେନ୍ ଆମ ଦେଶରେ ଡାର୍ଟି ବମ୍ ପକାଇବା ପାଇଁ ପ୍ରସ୍ତୁତି କରୁଛି ଓ ଏପରି ସମୟରେ ୟୁକ୍ରେନକୁ ପାକିସ୍ତାନ ସହାୟତା ଯୋଗାଇ ଦେଉଛି ।

Get real time updates directly on you device, subscribe now.