fbpx

ୟୁକ୍ରେନ୍ ସୈନ୍ୟଙ୍କ ନୃଶଂସ କାଣ୍ଡ: ସରେଣ୍ଡର କରିଥିବା ନିରସ୍ତ୍ର ଋଷୀୟ ସୈନ୍ୟଙ୍କୁ ନିର୍ମମ ଭାବେ କଲେ ହତ୍ୟା

ନୂଆଦିଲ୍ଲୀ: ୟୁକ୍ରେନ୍ ୧୦ରୁ ଅଧିକ ଋଷୀୟ ସୈନିକଙ୍କୁ ଯୁଦ୍ଧ ବନ୍ଦୀଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛି ଋଷ । ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ, ୟୁକ୍ରେନ୍ ସୈନ୍ୟମାନେ ଋଷର ନିରସ୍ତ୍ର ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏହି ଘଟଣା ସହ ଜଡ଼ିତ ଏକ ଭିଡିଓ ଏବେ ଭାଇରାଲ ହେବା ପରେ ଋଷ ଚିହିକି ଉଠିଛି । ଦି ଗାର୍ଡିଆନ ଏହାର ରିପୋର୍ଟରେ କହିଛି ଯେ, ଭିଡିଓରେ ଋଷ ସୈନିକଙ୍କର ଏକ ଦଳ ଗୋଟିଏ ଘରୁ ବାହାରିବା ଦେଖାଯାଉଛି । ଏହି ସମୟରେ ସେମାନେ ମୁଣ୍ଡ ପଛରେ ହାତ ରଖିଥିଲେ । ବାହାରକୁ ବାହାରିବା ପରେ ସେମାନଙ୍କୁ ମାଟିରେ ଶୋଇବାକୁ କୁହାଯାଉଛି ।

ଏହି ସମୟରେ ଭାଙ୍ଗିଯାଇଥିବା ବିଲଡିଂରୁ ବାହାରି ଋଷୀୟ ସୈନିକଙ୍କ ଉପରେ ଅନ୍ଧାଧୁନ୍ ଗୁଳି ଚଲାଉଥିବା ଦେଖିବାକୁ ମିଳିଛି । ଗୁଳି ଚଳାଉଥିବା ସୈନିକ ଜଣକ ୟୁକ୍ରେନୀୟ ସୈନିକ ବୋଲି ଜଣାପଡୁଛି । ହିଂସାକାଣ୍ଡ ପରେ ଜଣାପଡୁଛି ଯେ, ସମସ୍ତ ଋଷୀୟ ସୈନିକଙ୍କ ମୃତ୍ୟୁ ହୋଇସାରିଛି । ଏହି ଘଟଣା ୟୁକ୍ରେନ୍‌ର ପୁର୍ବ ଲୂହାଂସକା ଅଞ୍ଚଳରେ ଘଟିଛି । କିନ୍ତୁ ଘଟଣାସ ସତ୍ୟାସତ୍ୟ ଏପର୍ଯ୍ୟନ୍ତ ହୋଇପାରି ନାହିଁ ।

ଏହି ଘଟଣାକୁୁ ନେଇ ଋଷ ରକ୍ଷାମନ୍ତ୍ରଳାୟ ପ୍ରବକ୍ତା କହିଛନ୍ତି ଯେ, ଋଷ ସୈନିକଙ୍କ ଏପରି ନୃଶସ ହତ୍ୟା ପ୍ରଥମ ଥର ନୁହେଁ । ଏପରି ଘଟଣା ୟୁକ୍ରେନ୍ ସୈନିକ ପୁର୍ବରୁ ମଧ୍ୟ କରି ଆସିଛନ୍ତି । ଏଭଳି କାର୍ଯ୍ୟରେ ୟୁକ୍ରେନ୍ ସରକାରଙ୍କ ସମ୍ପୁର୍ଣ୍ଣ ହାତ ରହିଛି ।

Get real time updates directly on you device, subscribe now.