fbpx

ଦୂର୍ବଳ ହେଉଛି ଡଲାର, ଶକ୍ତିଶାଳୀ ହେଉଛି ୟୁଆନ: ରୁଷର ରହିଛି ବଡ ହାତ

Advertisement

ନୂଆଦିଲ୍ଲୀ:ରୁଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଏବେ ସାରା ଦୁନିଆ ଚିନ୍ତାରେ ଥିବା ବେଳେ ସାରା ବିଶ୍ୱରେ ଦରଦାମ୍ ବୃଦ୍ଧି ପାଇଛି । ଏହି ମହା ସଂକଟ ମଧ୍ୟରେ ଚୀନ୍ କିନ୍ତୁ ବେଶ୍ ଫାଇଦା ଉଠାଇବାରେ ଲାଗିଛି । ଆମେରିକା ଦ୍ୱାରା ରୁଷ ଉପରେ ଲଗାଯାଇଥିବା ପ୍ରତିବନ୍ଧରେ ରୁଷ କ୍ରୋଧ୍ୱାନିତ ହୋଇ ଚୀନ୍ ମୁଦ୍ରା ଉପରେ ଏବେ ନିଜର ପୁରା ଫୋକସ୍ ଦେଇଛି । ଅନ୍ୟପକ୍ଷରେ ଏବେ ବିଶେଷଜ୍ଞ କହୁଛନ୍ତି ଯେ, ଚୀନ୍ ମୁଦ୍ରା ଏବେ ଡଲାର ଲାଗି ଆହ୍ୱାନ ପାଲଟି ଯାଇଛି ।

ଚୀନ୍ ଅର୍ଥବ୍ୟବସ୍ଥାର ବିଶାଳ ଆକାର ଓ ଦ୍ରୁତ ବିକାଶ ଉପରେ ଏବେ ସାରା ବିଶ୍ୱର ନଜର । ବିଗତ ୨୫ବର୍ଷ ମଧ୍ୟରେ ଚୀନ୍ ସବୁଠାରୁ ଅଧିକ ଆର୍ଥିକ ବିକାଶ ହାର ବଜାୟ ରଖିବାରେ ସମର୍ଥ ହୋଇଛି । ମାତ୍ର କେଇ ଦଶକ ଭିତରେ ଚୀନ୍ ୮୦ କୋଟି ଲୋକଙ୍କୁ ଗରିବୀ ରେଖା ମଧ୍ୟରୁ ବାହାରକୁ ଆଣିପାରିଛି । ଚୀନ୍ ଜାପାନ, ଜର୍ମାନୀ, ବ୍ରାଜିଲ ଓ ଅନ୍ୟ ଦେଶର ସବୁଠାରୁ ବଡ ବ୍ୟାପାରିକ ସହଯୋଗୀ ପାଲଟିଛି । ବଜାର ବିନିମୟ ଦର ଆଧାରରେ ଆମେରିକା ପରେ ଚୀନ୍ ହେଉଛି ବିଶ୍ୱର ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା । ସେହିପରି କ୍ରୟ ଶକ୍ତି ଆଧାରରେ ଚୀନ୍ ମଧ୍ୟ ବିଶ୍ୱର ସବୁଠାରୁ ବୃହତ ଅର୍ଥବ୍ୟବସ୍ଥା । ଫେବୃୟାରୀ ୨୦୨୨ ୟୁକ୍ରେନ୍ ଯୁଦ୍ଧ ପରେ ଏବେ ଚୀନ୍ର ମୁଦ୍ରା

ୟୁଆନ୍ ଆମେରିକାର ଡଲାରକୁ ଟକ୍କର ଦେବା ଆରମ୍ଭ କରି ଦେଇଛି । ଚୀନ୍ ଏବେ ୟୁଆନକୁ ଏକ ବୈଶ୍ୱିକ ଶକ୍ତି କରିବାକୁ ଚାହୁଁଛି । ଉଦାହରଣ ସ୍ୱରୂପ ଚୀନ୍ ୟୁଆନର ସୀମା ପାର କାରବାର ଲାଗି କ୍ରସ୍ ବର୍ଡର ଇଣ୍ଟରବ୍ୟାଙ୍କ ପେମେଣ୍ଟ ସିଷ୍ଟମ ଅର୍ଥାତ୍ ସିଆଇପିଏସ୍ ଲଞ୍ଚ କରିଛି । ଏହା ସହିତ ଚୀନ୍ ଏକ ଡିଜିଟାଲ୍ ୟୁଆନକୁ ବିଶ୍ୱର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା ମଧ୍ୟରୁ ଗୋଟିଏ ଭାବରେ ବିକଶିତ କରୁଛି । ଏବେ ୟୁଆନ୍ ବିଶ୍ୱର ୫ମ ସବୁଠାରୁ କାରବାର ହେଉଥିବା ମୁଦ୍ରା ।

ରୁଷ ଏବେ ଆମେରିକାକୁ ବୁଦ୍ଧି ଶିଖାଇବାକୁ ଏହାର ମୁଦ୍ରା ଡଲାରକୁ ହତିଆର କରିଛି । ରୁଷ ଚୀନ୍ ସହିତ ନିଜ ବେପାରକୁ ଆଗକୁ ବଢାଇବାକୁ ଚାହୁଁଛି । କୋଇଲା ଓ ଗ୍ୟାସ୍ ଲାଗି ରୁଷ ଏବେ ୟୁଆନରେ କାରବାର କରିବା ଆରମ୍ଭ କରିଛି ଓ ଏହାର ବିଦେଶୀ ମୁଦ୍ରା ଭଣ୍ଡାରରେ ୟୁୟାନ ପରିମାଣ ବୃଦ୍ଧି କରିଛି । ବହୁ ରୁଷୀୟ କମ୍ପାନୀ ୟୁଆନରେ ବଣ୍ଡ ଜାରି କରିଛନ୍ତି । ବ୍ଲୁମବର୍ଗ ଅନୁସାରେ ୟୁଆନ ଏବେ ରୁଷରେ ସବୁଠାର ଅଧିକ କାରବାର ହେଉଥିବା ମୁଦ୍ରା । ଅନ୍ୟ ଦେଶମାନେ ବି ରୁଷରେ ୟୁଆନର ଉପଯୋଗ ବୃଦ୍ଧିକୁ ଲକ୍ଷ୍ୟ କରି ଡଲାର ଉପରେ ସେମାନଙ୍କ ନିର୍ଭରତା କମ୍ କରିବାକୁ ବସିଲେଣି । ବାଙ୍ଗଲାଦେଶ ଏବେ ପରମାଣୁ ଶକ୍ତି ଷ୍ଟେସନ ନିର୍ମାଣ ଲାଗି ରୁଷକୁ ୟୁଆନ୍ରେ ଭରଣା କରୁଛି ।

Get real time updates directly on you device, subscribe now.