“ଏବେ ଯୁଦ୍ଧବିରତି ପାଇଁ ଅଧିକ ଇଚ୍ଛୁକ ରୁଷ”, ଜେଲେନସ୍କି ଦେଲେ ବଡ଼ ବୟାନ
ରୁଷ ଏବେ ଯୁଦ୍ଧବିରତି ଚାହୁଁଛି ବୋଲି କହିଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି
ନୂଆଦିଲ୍ଲୀ: ରୁଷ ସହ ଜାରି ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବଡ଼ ବୟାନ ଜାରି କରିଛନ୍ତି। ଜେଲେନସ୍କି କହିଛନ୍ତି ଯେ, ରୁଷ ଯୁଦ୍ଧବିରତି ପାଇଁ ଅଧିକ ଇଚ୍ଛୁକ ଅଛି।
ସେ କହିଛନ୍ତି ଯେ, ସମ୍ଭାବୀୟ ଚୁକ୍ତିକୁ ନେଇ ୟୁକ୍ରେନ ଏବଂ ଆମେରିକାକୁ ମସ୍କୋ କଥାରେ ନ ଯିବା ଆବଶ୍ୟକ। ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ନିଶ୍ଚୟ ନିଜ ସ୍ୱତନ୍ତ୍ରତାର ରକ୍ଷା କରିବ। ଆମ ସମସ୍ତଙ୍କୁ ଏକ ସ୍ଥାୟୀ ଏବଂ ବିଶ୍ୱସନୀୟ ଶାନ୍ତିର ଆବଶ୍ୟକତା ରହିଛି। ରୁଷକୁ ସେହି ଯୁଦ୍ଧକୁ ସମାପ୍ତ କରିବାକୁ ପଡ଼ିବ ଯାହା ସେ ନିଜେ ଆରମ୍ଭ କରିଥିଲା।
ଏହାରି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ବୁଧବାର ଦିନ ତାଙ୍କ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫଙ୍କ ସହ ରୁଷ ନେତା ପୁଟିନଙ୍କର ସାକ୍ଷାତରେ ଅନେକ ପ୍ରଗତି ଘଟିଛି।
Right on my way from our brigades here in Sumy region, I spoke with President Trump. This conversation happened after President Trump’s representative, Steve Witkoff, visited Moscow.
Our joint position with our partners is absolutely clear – the war must end. And it must be done… pic.twitter.com/NOxZPAdSr2
— Volodymyr Zelenskyy / Володимир Зеленський (@ZelenskyyUa) August 6, 2025
ବୈଠକ ପରେ ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇଥିଲେ, ଏଠାରେ ୟୁରୋପୀୟ ସହଯୋଗୀମାନେ ମଧ୍ୟ ଉପସ୍ଥିତ ଥିଲେ।