fbpx

ଉଲଗ୍ନ ହୋଇ ଋଷ ଆକ୍ରମଣର ପ୍ରତିବାଦ କଲେ ମହିଳା: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଲୋମଟାଙ୍କୁରା ଦୃଶ୍ୟ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦୁନିଆର ନଜର କାନ୍ସରେ ଆୟୋଜିତ ଫିଲ୍ମ ଭେଷ୍ଟିଭାଲ ଉପରେ ରହିଛି । ଏହାରି ମଧ୍ୟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକ ଲୋମଟାଙ୍କୁରା ଘଟଣା ଘଟିଯାଇଛି । ଫେଷ୍ଟିଭାଲରେ ଯେଉଁଠାରେ ବଲିଉଡ ହଲିଉଡ ଜଗତର ଅନେକ ନାମୀଦାମୀ କଳାକାର ରେଡ୍ କାର୍ପେଟରେ ନିଜର ଗ୍ଲାମର ଦେଖାଉଛନ୍ତି । ସେହିଠାରେ ଭିଡ଼ରେ ଜଣେ ମହିଳା ଉଲଗ୍ନ ହୋଇ ୟୁକ୍ରେନ ଉପରେ ଋଷର ଆକ୍ରମଣର ପ୍ରତିବାଦ କରିଥିଲେ ।

ୟୁକ୍ରେନର ଜଣେ ମହିଳା କାନ୍ସ ଫିଲ୍ମ ଫେଷ୍ଟିଭାଲରେ କ୍ୟାମେରା ସାମ୍ନାରେ ଟପ୍ ଖୋଲି ଋଷ ଆକ୍ରମଣର ବିରୋଧ କରିଛନ୍ତି । ମହିଳା ନିଜ ଶରୀରରେ ଋଷ ସୈନିକ ଅତ୍ୟାଚାର ବିରୋଧରେ ନିଜ ଶରୀରରେ ୟୁକ୍ରେନ ପତାକାର ରଙ୍ଗରେ “ଆମକୁ ରେପ୍ କରିବା ବନ୍ଦ କର’ ବାର୍ତ୍ତା ଲେଖି ପ୍ରତିବାଦ କରିବା ନଜର ଆସିଥିଲେ । ତେବେ ତାଙ୍କୁ ସଙ୍ଗେ ସଙ୍ଗେ ସେଠାରେ ଥିବା ସୁରକ୍ଷାକର୍ମୀ ମହିଳାଙ୍କୁ ଘୋଡ଼ାଇ ଦେଇଥିଲେ ଏବଂ ସେଠାରେ ବାହାରକୁ ଆଣିଥିଲେ । ତେବେ ସେତେବେଳକୁ କ୍ୟାମେରାରେ ଏହି ଦୃଶ୍ୟ କଏଦ ହେଶଇସାରିଥିଲା । ମହିଳା ନିଜର ଦୁଃଖ ଜଣାଇବା ସହ ପିଠିରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ବିରୋଧରେ ଅପଶବ୍ଦ ମଧ୍ୟ ଲେଖିଥିଲେ ।

ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମୀର ଜେଲେନସ୍କୀ ଅଭିଯୋଗ କରିଥିଲେ ଯେ ଋଷ ସୈନିକ କବ୍ଚା କରିଥିବା ସହରରେ ଯୁବତୀ, ମହିଳାଙ୍କ ସହ ବଳାତ୍କାର କରୁଛନ୍ତି । ଜେଲେନସ୍କୀ ମଙ୍ଗଳବାର କାନ୍ସ ଫିଲ୍ମ ଫେଷ୍ଟିଭାଲର ଉଦଘାଟନ ସମାରୋହରେ ୟୁକ୍ରେନର ସହାୟତା କରିବା ପାଇଁ ଅପିଲ କରିଥିଲେ ।

ଉଲ୍ଲେଖଯୋଗ୍ୟ, ୟୁକ୍ରେନରେ ପ୍ରାୟ ୩ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଋଷ ଦାବି କରିଛି ଯେ ମାରିୟୁପୋଲକୁ ସଂପୂର୍ଣ୍ଣ କବ୍ଚା କରିସାରିଛି । ଏହି ସହର ଯୁଦ୍ଧରେ ସଂପୂର୍ଣ୍ଣ ଧ୍ୱଂସ ହୋଇସାରିଛି । ମାରିୟୁପୋଲରେ ଏପର୍ଯ୍ୟନ୍ତ ୨୦ ହଜାରର ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.