fbpx

ଏକ ସପ୍ତାହରେ ମଧ୍ୟରେ ନିଜ ଭାଙ୍ଗିଲେ ଉମ୍ରାନ ମଲିକ, ଦିନିକିଆରେ ଭାରତ ପାଇଁ ପକାଇଲେ ଦ୍ରୁତତମ ବଲ

Advertisement

ଗୁଆହାଟୀ: ଭାରତର ଯୁବ ଦ୍ରୁତ ବୋଲର ଉମ୍ରାନ ମଲିକ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସୃଷ୍ଟି କରି ଚାଲିଛନ୍ତି। ୨୩ ବର୍ଷୀୟ ଡାହାଣହାତୀ ବୋଲର ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ନିଜର ଗତି ସହ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଗୁଆହାଟୀରେ ଶ୍ରୀଲଙ୍କା ଇନିଂସର ୧୪ ତମ ଓଭରରେ ସେ ଘଣ୍ଟା ପ୍ରତି ୧୫୬ କିଲୋମିଟର ଗତିରେ ବଲ ପକାଇ ଗତ ସପ୍ତାହରେ ସୃଷ୍ଟି କରିଥିବା ନିଜର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।

ବାରସପାରା ଷ୍ଟାଡିୟମରେ ପ୍ରଥମ ମ୍ୟାଚର ଦ୍ୱିତୀୟ ଓଭରର ଚତୁର୍ଥ ବଲରେ ଉମ୍ରାନ୍ ତାଙ୍କ ରେକର୍ଡକୁ ଉନ୍ନତ କରିଥିଲେ। ସେ କେବଳ ଏହି ଓଭରରେ ୧୫୬ କିଲୋମିଟର ବେଗରେ ବୋଲିଂ କରିନାହାଁନ୍ତି ବରଂ ଶେଷ ବଲରେ ଆସଲଙ୍କାଙ୍କ ୱିକେଟ୍ ମଧ୍ୟ ପାଇଥିଲେ।

ଏହାପୂର୍ବରୁ ସେ ଜାନୁଆରୀ ୪ ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି -୨୦ ମ୍ୟାଚରେ ଘଣ୍ଟା ପ୍ରତି ୧୫୫ କିଲୋମିଟର ବେଗରେ ବୋଲିଂ କରି ଭାରତର ଦ୍ରୁତତମ ବୋଲର ହେବାର ସଫଳତା ହାସଲ କରିଥିଲେ। ସେହି ସମୟରେ ସେ ଜସପ୍ରୀତ ବୁମ୍ରା (ଘଣ୍ଟା ପ୍ରତି ୧୫୩.୩୬ କିଲୋମିଟର) ରେକର୍ଡ ଭାଙ୍ଗିଥିଲେ।

Get real time updates directly on you device, subscribe now.