fbpx

କରୋନା ସଂକ୍ରମଣକୁ ନେଇ ଆସିଲା ଜାତିସଂଘ ପକ୍ଷରୁ ରିପୋର୍ଟ

ନୂଆଦିଲ୍ଲୀ, ୧୮ା୩ (ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ନେଇ ମିଳିତ ଜାତିସଂଘର ମେଟ୍ରୋଲୋଜିକାଲ୍ ଟିମ୍ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି । ୧୬ ସଦସ୍ୟ ବିଶିଷ୍ଟ ଏହି ଟିମ୍ ରିପୋର୍ଟରେ ପ୍ରକାଶ କରିଛି ଯେ, ଯଦି ଆଉ କିଛି ବର୍ଷ କରୋନା ଏପରି ରହେ, ତେବେ ତାହା ଏକ ଋତୁକାଳୀନ ରୋଗରେ ପରିଣତ ହେବ । ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଅଦ୍ୟାବଧି ବିଶ୍ୱରେ ୨୭ ଲକ୍ଷ ଲୋକଙ୍କ ଜୀବନ ନେଇସାରିଲାଣି । ବର୍ତ୍ତମାନ ମଧ୍ୟ ଅନେକ ଦେଶରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି । ପୂର୍ବବର୍ଷ ଅଧିକ ଗରମ ଜଳବାୟୁରେ କରୋନାର ପ୍ରଭାବ ଅଧିକ ରହୁଥିବା ଦେଖାଯାଇଥିଲା । ତେବେ କେଉଁ ପରିବେଶରେ ଭାଇରସର ପ୍ରଭାବ କିପରି ରହିବ ତାହା ଜଣାପଡ଼ିନାହିଁ ବୋଲି ଜାତିସଂଘ ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.