ହରିଦ୍ୱାର: ଶେଷ ସେଲଫି ନେଇ ଗଙ୍ଗାକୁ ଡେଇଁ ପଡିଲେ ଦମ୍ପତି । ଜୀବନ ହାରିବାକୁ ବାଇକରେ ଆସିଲେ ୮୦ କି.ମି । ନେଲେ ସେଲଫି ଆଉ ଲେଖିଲେ ଚିଠି ‘ମୁଁ ଆଉ ମୋନା ନିଜ ଜୀବନ ଶେଷ କରି ଦେଉଛୁ’ । ମୁଁ ସୌରଭ ବାବର । କରଜ ନେଇ ଏମିତି ଫସିଯାଇଛି ଯେ, ତା ଭିତରୁ ବାହାରିବାର କୌଣସି ରାସ୍ତା ଆଉ ମୋ ପାଇଁ ନାହିଁ । ଶେଷରେ ମୁଁ ଆଉ ମୋର ଧର୍ମପତ୍ନୀ ମୌନା ବାବର, ନିଜ ଜୀବନ ସମାପ୍ତ କରୁଛୁ । କିଶନପୁରରେ ଥିବା ଆମ ପ୍ରପର୍ଟି ଆମ ଦୁଇ ପିଲାଙ୍କ ପାଇଁ ଅଛି । ଏବେ ଆମ ଦୁଇ ପିଲା ସେମାନଙ୍କ ଜେଜେବାପାଙ୍କ ଘରେ ରହିବେ ।
ସେମାନଙ୍କ ଜୀବନକୁ ଆମେ ପତିପତ୍ନୀ ତାଙ୍କ ଭରଷାରେ ଛାଡି ଯାଉଛୁ । ଆମ ପିଲା ସେଠାରେ ହିଁ ରହିବେ । ଆମକୁ ଆଉ କାହା ଉପରେ ଭରଷା ନାହିଁ । ଶେଷ ସେଲଫି ନେଇ ଗଙ୍ଗାକୁ ଡେଇଁ ପଡିଲେ ଦମ୍ପତି । ଜୀବନରେ ଆସିଥିବା ଝଡକୁ ସାମ୍ନା କରିପାରିଲେନି । ଭାବିନେଲେ ମରିଗଲେ ହିଁ ସବୁ ସମସ୍ୟାର ସମାଧାନ ହୋଇଯିବ । ଆଉ ଶେଷରେ ପତ୍ନୀଙ୍କ ସହ ମିଶି ଡେଇଁପଡିଲେ ଗଙ୍ଗାନଦୀକୁ । ହଁ ଦର୍ଶକବନ୍ଧୁ ହରିଦ୍ୱାରରୁ କିଛି ଏମିତି ଘଟଣା ଏବେ ସାମ୍ନାକୁ ଆସିଛି ।