fbpx

ଓଡିଶାରେ ଅସହ୍ୟ ତାତି! ୪୦ ଡିଗ୍ରୀ ଉପରେ ୧୫ ସହରର ତାପମାତ୍ରା

ଭୁବନେଶ୍ୱର,୨୮ ।୪(ଓଡିଶା ଭାସ୍କର): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ଓଡିଶା । ଆଜି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩.୨ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ ।

ସେହିପରି ଝାରସୁଗୁଡାରେ୪୨.୮, ବଲାଙ୍ଗିରରେ୪୨.୫, ସମ୍ବଲପୁରରେ ୪୨.୩ ଡିଗ୍ରୀ, ଅନୁଗୁଳରେ ୪୨.୧, ହୀରାକୁଦ ଓ ଟିଟିଲାଗଡରେ ୪୨ ଡିଗ୍ରୀ, ତାଳଚେରରେ ୪୧.୭, ଭବାନୀପାଟଣା ଓ ସୁନ୍ଦରଗଡରେ ୪୧.୫ ଡିଗ୍ରୀ, ସୋନପୁର ଓ ନୟାଗଡରେ ୪୧ ଡିଗ୍ରୀ, ମାଲକାନଗିରିରେ ୪୦.୫, ଫୁଲବାଣୀ ଓ ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ଟ୍ୱିନସିଟି ଯଥା ଭୁବନେଶ୍ୱରରେ ୩୯.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ କଟକରେ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.