fbpx

ଅନିଶ୍ଚିତତା ଘେରରେ ଫିଲ୍ମ ‘ଏମର୍ଜେନ୍ସି’ର ରିଲିଜ

uncertainity raise infrong of film emergency

ଜବଲପୁର: ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ହତୋତ୍ସାହିତ କରିବା ପରି ଖବର । ତାଙ୍କ ଆଗାମୀ ଫିଲ୍ମ ଏମର୍ଜେନ୍ସି ଉପରେ ଚାଲିପାରେ ସେନ୍ସରବୋର୍ଡର କଇଁଚି । ଏମର୍ଜେନ୍ସି ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନ ଉପରେ ଶୁଣାଣି କରି ମଧ୍ୟପ୍ରଦେଶ ହାଇକୋର୍ଟ ସେନ୍ସର ବୋର୍ଡକୁ ନିଷ୍ପତି ଗ୍ରହଣର ଅଧିକାରୀ କରିଛନ୍ତି । ଶୁଣାଣିରେ ସିବିଏଫସି ପକ୍ଷରୁ ସୂଚିତ କରାଯାଇଥିଲା କି, ଏଯାବତ୍ ଫିଲ୍ମ ରିଲିଜ ପାଇଁ ପ୍ରଡକ୍ସନ ହାଉସକୁ ସାର୍ଟିଫିକେଟ ହୋଇନାହିଁ ।
କୋର୍ଟ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଯାଚିକା କର୍ତ୍ତାଙ୍କୁ ଫିଲ୍ମ ଓ ତାର ଟ୍ରେଲରକୁ ନେଇ ତିନି ଦିନ ଭିତରେ ସେନ୍ସର ବୋର୍ଡ ନିକଟରେ ପୁନଃ ଆବେଦନ କରି ପାରିବେ ବୋଲି ସ୍ୱାଧୀନତା ଦେଇଛନ୍ତି । ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଜବଲପୁର ଖଣ୍ଡପୀଠ ସିବିଏଫସିକୁ ନିର୍ଦ୍ଦେଶ ଦେଇଛନ୍ତି କି ସେ ଏହି ଅଭିଯୋଗ ଉପରେ ଗମ୍ଭୀରତା ସହ ବିଚାର କରି ଉଚିତ ପଦକ୍ଷେପ ନେଇପାରିବେ ।
ମୁଖ୍ୟ ବିଚାରପତି ସଞ୍ଜିବ ସଚଦେବା ଓ ବିଚାରପତି ବିନୟ ସରାଫଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ସହ ପିଆଇଏଲର ଶୁଣାଣି କରିଥିଲେ । କଙ୍ଗନାଙ୍କ ଏହି ଫିଲ୍ମକୁ ନେଇ ଯାଚିକାକର୍ତ୍ତା, ଜବଲପୁର ସିଖ ସଂଗତ ଓ ଗୁରୁ ସିଂଘ ସଭା, ଇନ୍ଦୋ÷÷ର ପକ୍ଷରୁ ଓକିଲ ନରିନ୍ଦରପାଲ ସିଂହ ରୂପରାହ, ନବତେଜ ସିଂହ ରୂପରାହ ଓ ସନ୍ଦିପ ସିଂହ ସୌନୀ କୋର୍ଟଙ୍କୁ ଜଣାଇଥିଲେ କି, ଫିଲ୍ମର ଟ୍ରେଲରରେ ସିଖ ସମୁଦାୟକୁ କ୍ରୁର ଓ ନକରାତ୍ମକ ଦର୍ଶାଯାଇଛି । ଯାହା ସିଖ ସମୁଦାୟ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି କରିବ ବୋଲି ଆବେଦନରେ ଦର୍ଶାଇ ଯାଇଥିଲା ।

Get real time updates directly on you device, subscribe now.