fbpx

ୱିକିପେଡିଆ ତ ଜାଣିଛନ୍ତି, ଅନସାଇକ୍ଲୋପେଡିଆ ବିଷୟରେ ଜାଣନ୍ତୁ…

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣ ନିଶ୍ଚିତ ଭାବେ ୱିକିପେଡିଆ(Wikipedia) ସମ୍ପର୍କରେ ଜାଣିଥିବେ । କିନ୍ତୁ ଇଣ୍ଟରନେଟ୍ ଦୁନିଆରେ ଆଉଏକ ସାଇଟ୍ ରହିଛି, ଯାହାର ନାମ ପାଖାପାଖି ୱିକିପେଡିଆ ଭଳି ଆଉ ଏହାର କଳେବର ଦେଖିଲେ ଲାଗିବ ଯେ ଠିକ୍ ୱିକିପିଡିଆର ଯାଅାଁଳା ଭାଇ! ସାଇଟ୍ ଲେଆଉଟ୍ ଠିକ୍ ସେମିତି ଦେଖିବାକୁ । ନାଁ ହେଉଛି ଅନସାକ୍ଲୋପେଡିଆ (uncyclopedia) । ମାନିବାକୁ ପଡ଼ିବ ସେଭଳି ମୁଣ୍ଡ ଯିଏ ଖଟେଇଛନ୍ତି । ତେବେ ପାର୍ଥକ୍ୟ ହେଲା ଏହାର କଣ୍ଟେଟ୍ ବା ସଂଲଗ୍ନ ବିଷୟବସ୍ତୁ । ସେସବୁ ପଢ଼ିଲେ ଦେଖିଲେ ପ୍ରଥମେ ଯେକେହି ନିଜ ହସକୁ ନିୟନ୍ତ୍ରଣ କରିପାରିବ ନାହିଁ । କିନ୍ତୁ ଗମ୍ଭୀର ଭାବେ ବିଚାର କଲେ ଜଣାପଡ଼ିବ ଯେ ଭାରତ ଓ ଭାରତୀୟ ଭାଷା ସମ୍ପର୍କରେ ଅନେକ ଟିପ୍ପଣୀ ଦିଆଯାଇଛି । କିନ୍ତୁ ସବୁ ମଜାଳିଆ ଢଙ୍ଗରେ ଉପସ୍ଥାପନା କରାଯାଇଛି ।

ଅନସାଇକ୍ଲୋପେଡିଆ ସାଇଟ୍ ଭିଜିଟ୍ କରିବା ପରେ ଏବଂ ସେଥିରେ ଥିବା କଣ୍ଟେଟ୍ ପଢ଼ିବା ପରେ ସାଧାରଣରେ କେତେକ ହସପେଡ଼ି ବୋଲି ମଧ୍ୟ କହୁଛନ୍ତି । କାରଣ ସବୁ କିଛି ମଜାଳିଆ ଢଙ୍ଗରେ ଲେଖାଯାଇଛି । ଅବଶ୍ୟ ଇଂରାଜୀ ଲେଖା ୪୦,୦୦୦ ଭିତରେ ରହିଛି ତେବେ ସେସବୁ ହାସ୍ୟୋଦ୍ଦୀପକ । ବିଶେଷତଃ ପାକିସ୍ତାନ ସମ୍ବନ୍ଧୀୟ ଲେଖା । ହାସ୍ୟାନୁକୃତିରେ ପରିପୂର୍ଣ୍ଣ ଏହି ଆଭିଧାନିକ ସମ୍ବଳିତ ଅନ୍ତଃଜାଲ ବା ଇଣ୍ଟରନେଟ୍ ସାଇଟ୍ ସମ୍ପର୍କରେ ୱିକିପିଡିଆରେ ମଧ୍ୟ ଆପଣ ଅନୁସନ୍ଧାନ କଲେ ମିଳିବ ତଥ୍ୟ । ୱିକିପେଡିଆ କହିବା ଅନୁସାରେ ଅନସାଇକ୍ଲୋପେଡିଆ ଏକ ଅନଲାଇନ୍ ବିଶ୍ୱକୋଷ ଯାହାକି ୱିକିପେଡିଆକୁ ହାସ୍ୟାନୁକୃତ ଭାବେ ଅନୁକରଣ ଓ ଉପସ୍ଥାପନା କରେ । ବାସ୍ତବରେ ଏହାର ମଷ୍ଟହେଡ୍ ରେ ଲେଖାଯାଇଛି ଯେ – ଯଏନ୍ ଅନସାଇକ୍ଲୋପେଡିଆ ଟୁଡେ! ଏବଂ ଏହାର ସ୍ଲଗ୍ ରହିଛି- ଅନସାଇକ୍ଲୋପେଡିଆ ଇଜ୍ ମେଡ୍ ଅଫ୍ ପିପୁଲ୍(ଆଣ୍ଡ ଇଣ୍ଟେଲିଜେଣ୍ଟ୍ ମଙ୍କି) ଲାଇକ୍ ୟୁ… ଅର୍ଥାତ୍ ଏହି ବିଶ୍ୱକୋଷ ଆପଣଙ୍କ ଭଳି ଜନତା ତଥା ବୁଦ୍ଧିଆ ପ୍ରାଣୀଙ୍କ ଦ୍ୱାରା ପ୍ରସ୍ତୁତ । ତେବେ ଇଂରାଜୀରେ ଏହା ପଢ଼ିବାବେଳକୁ ମଜା ଆସିଯିବ ଓ ଆପଣ ନହସି ରହିପାରିବେନି । ଆପଣ ବି ଥରେ ଉକ୍ତ ସାଇଟ୍ ଭିଜିଟ୍ କରନ୍ତୁ ଏବଂ ଜାଣନ୍ତୁ କଣ ଏହି ଅନସାଇକ୍ଲୋପେଡିଆ?

ଅନସାଇକ୍ଲୋପେଡିଆ ଇଣ୍ଟରନେଟ୍ ଲିଙ୍କ୍:

https://en.uncyclopedia.co/wiki/Hindi

 

Get real time updates directly on you device, subscribe now.