fbpx

(video)ନବରାତ୍ରୀରେ ଧୁମ୍ ମଚାଇଲେ ଇଣ୍ଡିଆନ୍ ହାଇଡ୍ରୋମ୍ୟାନ, ପାଣି ଭିତରେ ଦେଖାଇଲେ ଗରବା ଓ ଦାଣ୍ଡିଆ ନୃତ୍ୟ

ନୂଆଦିଲ୍ଲୀ: ସାରା ଭାରତରେ ଏବେ ନବରାତ୍ରୀ ବେଶ୍ ଧୁମଧାମର ସହ ପାଳନ ହେଉଛି । କିନ୍ତୁ ଗୁଜରାଟରେ ଏହାର ଛବି କିଛି ଅଲଗା । କାରଣ ନବରାତ୍ରୀ ଅବସରରେ ଗୁଜରାଟୀମାନେ କେବଳ ପୂଜାର୍ଚ୍ଚନା କରି ନ ଥାନ୍ତି ଏମାନେ ଗରବା ବି ଖେଳିଥାନ୍ତି । ଗରବା ଏକ ପାରମ୍ପରିକ ନୃତ୍ୟ ଯେଉଁଥିରେ ହାତ ଓ ପାଦର ମୁଭମେଣ୍ଟ ହୋଇଥାଏ ଓ ହାତରେ ତାଳି ବଜାଇ ନୃତ୍ୟ କରାଯାଇଥାଏ । ଏହି ପ୍ରକାରେ ଦାଣ୍ଡିଆ ବି ଏକ ଲୋକପ୍ରିୟ ନୃତ୍ୟ ଯେଉଁଥିରେ ଦାଣ୍ଡିଆ ବାଡିର ପ୍ରୟୋଗ ହୋଇଥାଏ । ଏବେ ଜଣେ ବ୍ୟକ୍ତି ନିଜର ଗରବା ନୃତ୍ୟକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି କାରଣ ସେ ଭୂମିରେ ନୁହେଁ ବରଂ ପାଣି ଭିତରେ ନୃତ୍ୟ କରୁଥିବା ନଜର ଆସୁଛନ୍ତି ।

ଇଣ୍ଡିଆନ୍ ହାଇଡ୍ରୋମ୍ୟାନ ଭାବରେ ପରିଚିତ ଭାରତର ପ୍ରଥମ ଅଣ୍ଡର ୱାଟର ଡ୍ୟାନସର ଜୟଦୀପ ଗୋହିଲ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହା ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସେ ପାଣି ଭିତରେ ଗରବା ଓ ଦାଣ୍ଡିଆ ନୃତ୍ୟ କରୁଥିବାର ନଜର ଆସୁଛନ୍ତି । ଜୟଦୀପ ଏପରି ଭିଡିଓ ଦ୍ୱାରା ହିଁ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହୋଇଛନ୍ତି । କେତେବେଳେ ସେ ପାଣି ଭିତରେ ସ୍କୁଟିରେ ଷ୍ଟଣ୍ଟ କରୁଥିବାର ନଜର ଆସିଥାନ୍ତି ତ ଆଉ କେତେବେଳେ ସ୍ନୁକର ଖେଳୁଥିବାର ନଜର ଆସିଥାନ୍ତି । କିନ୍ତୁ ଏଥର ସେ ନବରାତ୍ରୀ ଅବସରରେ ପାଣି ଭିତରେ ଗରବା ନୃତ୍ୟ କରିଛନ୍ତି ।

 

View this post on Instagram

 

A post shared by Hydroman (@hydroman_333)

ଭାଇରାଲ ହେଉଥିବା ଭିଡିଓରେ ସେ ପୁରା ନବରାତ୍ରୀ ବେଶରେ ବେଶ ପୋଷାକ ପରିଧାନ କରି ନୃତ୍ୟ କରୁଛନ୍ତି । ତାଙ୍କ ପଛରେ ଢୋଲ ଓ ଅନ୍ୟ ସାଜସଜା ଜିନିଷ ମଧ୍ୟ ନଜର ଆସୁଛି । ଜୟଦୀପ ହାତରେ ଦାଣ୍ଡିଆ ବାଡି ଧରିଛନ୍ତି ଓ ମଝିରେ ମଝିରେ ସେ ଗରବା ସହିତ ଦାଣ୍ଡିଆ ନୃତ୍ୟ ବି କରୁଛନ୍ତି । ମଝିରେ ମଝିରେ ସେ ପାଣି ଉପରେ ଗଡିଯାଇ ନୃତ୍ୟ ବି କରୁଛନ୍ତି । ଏହି ଭିଡିଓକୁ ଏବେ ୧କୋଟିରୁ ଅଧିକ ଲୋକ ଦେଖିସାରିଲେଣି ।

Get real time updates directly on you device, subscribe now.