fbpx
BSKY SKY
BSKY SKY

ବିକିନିରେ ଇଲିୟାନା ଅପଲୋଡ୍ କଲେ ଅନଏଡିଟେଡ୍ ଫଟୋ, ଡିଲିଟ୍ କଲେ Slimming Apps

BSKY

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଇଲିୟାନା ଡିକ୍ରୁଜ୍ ବିକିନିରେ ପୋଜ୍ ଦେଇ ଇନଷ୍ଟାଗ୍ରାମ ପେଜ୍ ରେ ନିଜର ଏକ ଗ୍ଲାମରସ୍ ଫଟୋ ସେୟାର୍ କରିଛନ୍ତି । ତେବେ ଏହି ଫଟୋଟି ଏଥିପାଇଁ ଖାସ୍ ହୋଇଛି କାରଣ ଇଲିୟାନା ଏହି ଫଟୋ ସହିତ ବଡି ପଜିଟିଭିଟି ପ୍ରସଙ୍ଗ ଉପରେ କହିଛନ୍ତି । ରେଡ୍ କଲର୍ ବିକିନିରେ ଇଲିୟାନା ଯେଉଁ ଫଟୋ ସେୟାର୍ କରିଛନ୍ତି ସେଥିରେ ତାଙ୍କର ବଢ଼ିଥିବା ଓଜନ ସଫା ସଫା ଦେଖିବାକୁ ମିଳିଛି । ଫଟୋ ଅନଫିଲ୍ଟର୍ଡ ଅଟେ । ଅଭିନେତ୍ରୀ ଏହି ଫଟୋରେ ପତଳା ଓ ଟୋନ୍ଡ ଦେଖାଯିବା ପାଇଁ କୌଣସି ସ୍ଲିମିଂ ଆପ୍ ବ୍ୟବହାର କରିନାହାନ୍ତି ।

ନିଜର ଏହି ଅନଏଡିଟେଡ୍ ଫଟୋକୁ ସେୟାର୍ କରି ଇଲିୟାନା ପଜିଟିଭିଟି କଥା ଉଠାଇଛନ୍ତି । ସେ କହିଛନ୍ତି ଯେ, ଏହିଭଳି ଆପ୍ ଜରିଆରେ ଆପଣ ନିଜ ବଡିକୁ ବଦଳାଇବା ଖୁବ୍ ସହଜ । ଏହା ସାହାଯ୍ୟରେ ଆପଣ ନିଜକୁ ସ୍ଲିମର୍ ଓ ଅଧିକ ଟୋନ୍ଡ ବି କରିପାରିବେ । ମୁଁ ମୋ ନିଜ ଉପରେ ଗର୍ବ କରୁଛି ଯେ, ଏହିଭଳି ଆପ୍ସ କୁ ମୁଁ ଡିଲିଟ୍ କରିଦେଇଛି । ପ୍ରତିଟି ଇଞ୍ଚ୍, ପ୍ରତିଟି କର୍ଭ କୁ ମୁଁ ଆପଣାଉଛି ।

 

View this post on Instagram

 

A post shared by Ileana D’Cruz (@ileana_official)

ତେବେ ଇଲିୟାନା ଏହି ପୋଷ୍ଟ୍ ମାଧ୍ୟମରେ ଅନେକ ଲୋକଙ୍କୁ ପ୍ରେରିତ କରିଛନ୍ତି । ଖାସ୍ କରି ଏହି ପୋଷ୍ଟ୍ ଟି ସେହି ମାନଙ୍କ ପାଇଁ ଯେଉଁ ମାନେ ନିଜର ମୋଟାପଣ ଓ ମେଦ ବହୁଳ ଶରୀରକୁ ଦେଖି ନିଜକୁ କମ୍ ବୋଲି ଭାବନ୍ତି ।

Get real time updates directly on you device, subscribe now.