UNICEF DAY : ୟୁନିସେଫ୍ ଦିବସ କାହିଁକି ପାଳନ କରାଯାଏ, ଜାଣନ୍ତୁ ଭାରତରେ ପିଲାମାନଙ୍କର କ’ଣ ରହିଛି ଅଧିକାର ?

ନୂଆଦିଲ୍ଳୀ: ପ୍ରତିବର୍ଷ୧୧ ଡିସେମ୍ବର ତାରିଖରେ ପାଳନ କରାଯାଏ ୟୁନିସେଫ ଦିବସ । ୟୁନିସେଫ ଯାହାକି ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଶିଶୁ ଜରୁରୀକାଳିନ ପାଣ୍ଠି ଯାହା ସମାଜରେ ପ୍ରତ୍ୟେକ ଶିଶୁ ମାନଙ୍କର ଅଧିକାର ପାଇଁ କାର୍ଯ୍ୟ କରୁଛି । ଯାହାକି ଶିଶୁ ମାନଙ୍କୁ ତାଙ୍କର ମୌଳିକ ଅଧିକାର ସହିତ ଏକ ଉତ୍ତମ ଜୀବନ ଭେଟି ଦେବା କ୍ଷେତ୍ରରେ କାର୍ଯ୍ୟ କରୁଛି । ଏହା ବିଶ୍ୱର ପ୍ରାୟ ୧୯୦ଡି ଦେଶରେ ଶିଶୁ ମାନଙ୍କର ଅଧିକାର ରକ୍ଷା କରିବା ଦିଗରେ କାର୍ଯ୍ୟରତ ଅଟେ ।
କରୋନା ସମୟରେ ଭ୍ୟାକ୍ସି ଯୋଗାଇବାରେ ୟୁନିସେଫର ବହୁତ ବଡ ଭୂମିକା ରହିଛି । ଏହା ସହିତ ସମାଜରେ ସ୍ୱଚ୍ଛତା, ପୃଷ୍ଟିକର ଖାଦ୍ୟ,ଗୁଣାତ୍ମକ ଶିକ୍ଷା,ଦକ୍ଷତା ବିକାଶ,ଏଚ ଆଇ ଭି ରୋକିବା, ମା ଏବଂ ଶିଶୁ ସୁରକ୍ଷା ଦିଗରେ ଏହା କାର୍ଯ୍ୟ କରୁଛି ।

ୟୁନିସେଫର ଇତିହାସ: ଏହା ୧୯୪୬ ମସିହା ଡିସେମ୍ବର ୧୧ ତାରିଖରେ ନିର୍ମାଣ କରାଯାଇଥିଲା । ତେବେ ଏହାକୁ ପ୍ରତିଷ୍ଠା କରିବା ଦିଗରେ ସେତେବେଳ ସମୟର ମୁଖ୍ୟକାରଣ ଏହା ଥିଲା ଯେ ଏହା ଯୁଦ୍ଧ ପରେ ୟୁରୋପ ଆଉ ଚୀନ ମଧ୍ୟରେ ଥିବା ଜରୁରୀକାଳୀନ ଆବଶ୍ୟକତାକୁ ପୂରା କରିପାରିବ । ଏହାପରେ ବିକାଶଶରଳ ଦେଶରେ ଶିଶୁ ଆଉ ମହିଳାଙ୍କର ଆବଶ୍ୟକତାକୁ ପୂର୍ଣ୍ଣ କରିବା ଦୃଷ୍ଟିରେ ୟୁନିସେଫ ୧୯୫୦ ମସିହାରେ ସୃଷ୍ଟି କରାଗଲା । ୧୯୫୩ରେ ଏହା ମିଳିତ ଜାତିସଂଘର ଏକ ଅଂଶ ହୋଇଗଲା ।

ଏହାର ମହତ୍ତ୍ୱ କଣ:ଶିଶୁ ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନା ବୃଦ୍ଧି କରେଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଭାରତରେ ପିଲାମାନଙ୍କର କଣ ରହିଛି ଅଧିକାର:ଆନ୍ତରାଷ୍ଟ୍ରୀୟ ଆଇନ ଅନୁସାରେ ୧୮ ବର୍ଷରୁ କମ ବର୍ଷର ବ୍ୟକ୍ତି ମାନଙ୍କୁ ଶିଶୁ ବୋଲି କୁହାଯାଏ।ଏହାକୁ ବିଶ୍ୱ ବ୍ୟାପୀ ଅନୁମୋଦନ ମିଳିଛି ।

୬୮ ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମ ୨୦୦୨ ଅନୁଯାୟୀ, ଭାରତୀୟ ସମ୍ବିଧାନର ଧାରା ୨୧ମୌଳିକ ଅଧିକାରରେ ଅଧୀନରେ ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କର ମାଗଣା ଶିକ୍ଷା କରିବାର ଅଧିକାର ଅଛି ।
-ଏହି ଆଇନର ମୂଳ ଉଦ୍ଦେଶ୍ୟ ହେଉଛି ୧୮ବର୍ଷରୁ କମ୍ ପିଲାମାନଙ୍କୁ ବିଭିନ୍ନ ଯୌନ ଅପରାଧରୁ ରକ୍ଷା କରିବା ,ଏହା ସହ ଶୀଘ୍ର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ କରିବା । ତୁରନ୍ତ ନିଷ୍ପତ୍ତି ପାଇଁ ଏକ ସ୍ୱତନ୍ତ୍ର ଅଦାଲତ ଗଠନ କରିବା, ଯାହାଦ୍ୱାରା ଯୌନ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯାଇପାରିବ ।
-ଆପଣ ହୋଟେଲ ବଜାର ତ ନିହାତି ଭାବରେ ଯାଉଥିବେ । ସେଠାରେ ଛୋଟ ପିଲା ମାନଙ୍କୁ ପ୍ଲେଟ ସଫା କରୁଥିବାର ନିଶ୍ଚୟ ଦେଖି ଥିବେ । କେବଳ ଏତିକିି ନୁହେଁ ରାସ୍ତା କଡରେ ପଲିଥିନ, ପ୍ଲାଷ୍ଟିକ ବୋତଲ ଉଠାଉଥିବାର ମଧ୍ୟ ଦେଖିଥିବେ । ମୁଖ୍ୟତଃ ଭାରତରେ ୧୪ ବର୍ଷରୁ କମ୍ ପିଲାମାନଙ୍କୁ ନିୟୋଜିତ କରିବା ବେଆଇନ ବୋଲି ବିବେଚନା କରାଯାଏ ତଥାପି, ‘ଶିଶୁ ଶ୍ରମ (ନିଷେଧାଦେଶ ଏବଂ ନିୟମାବଳୀ) ଅଧିନିୟମ, ୧୯୮୬’ ଉପରେ ଅନେକ ବିତର୍କ ଚାଲିଛି ଏବଂ ଏଥିରୁ ବ୍ୟତିକ୍ରମ ଅଛି ଯେପରିକି ପିଲାମାନେ ସ୍କୁଲରୁ ଫେରୁଛନ୍ତି କିମ୍ବା ପାରିବାରିକ ବ୍ୟବସାୟରେ ଛୁଟିଦିନରେ କାମ କରିପାରିବେ। ସେହିଭଳି ଚଳଚ୍ଚିତ୍ର-ଟିଭି ସିରିଏଲ ଏବଂ କ୍ରୀଡା ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ ଅନୁମତିପ୍ରାପ୍ତ।
-ୟୁନିସେଫ ଅନୁଯାୟୀ, ଝିଅ ଅମାନଙ୍କର ବୟସ ୧୮ ବର୍ଷ ଏବଂ ବିବାହ ପାଇଁ ପୁଅମାନଙ୍କର ବୟସ ୨୧ ବର୍ଷ ହେବା ଉଚିତ। ସେଥିପାଇଁ ୦୧ ନଭେମ୍ବର ୨୦୦୭ ରେ ଭାରତରେ ବାଲ୍ୟ ବିବାହ ନିଷେଧ ଆଇନ -୨୦୦୬ ଲାଗୁ କରାଯାଇଥିଲା।
-ଶିଶୁ ସୁରକ୍ଷା ଆଇନ ୧୪ ନଭେମ୍ବର ୨୦୧୨ ରେ କାର୍ଯ୍ୟକାରୀ କରାଯାଇଥିଲା। ଯାହାର କାର୍ଯ୍ୟ ହେଉଛି ଶିଶୁ ଚାଲାଣ ରୋକିବା ଏହା ସହ ଯୌନ ଅପରାଧ, ଯୌନ ଶୋଷଣ ଉପରେ ରୋକ ଲଗାଇବା ।