fbpx

FD ଉପରେ ସୁଧ ହାର ବଢ଼ାଇଲା ୟୁନିୟନ ବ୍ୟାଙ୍କ: ୧୭ ଅକ୍ଟୋବରରୁ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ : ଫିକ୍ସଡ୍ ଡିପୋଜିଟ୍ ହେଉଛି ଲୋକଙ୍କ ସବୁଠାରୁ ପସନ୍ଦିଆ ନିବେଶ ବିକଳ୍ପ । ସଞ୍ଚୟର ଏହି ପଦ୍ଧତିକୁ ସବୁ ବୟସର ଲୋକମାନେ ପସନ୍ଦ କରନ୍ତି । ଏହାର ସବୁଠାରୁ ବଡ କାରଣ ହେଉଛି ଅନ୍ୟ ଯୋଜନା ତୁଳନାରେ ଏହା ସୁରକ୍ଷିତ ଏବଂ କମ୍ ବିପଦପୂର୍ଣ୍ଣ । ବର୍ତ୍ତମାନ ଆପଣ ବ୍ୟାଙ୍କରେ ଏଫ୍ଡି କରି ଅଧିକ ଲାଭ ପାଇପାରିବେ । ଆରବିଆଇର ରେପୋ ରେଟ୍ ବୃଦ୍ଧି ପରେ ଅନେକ ବ୍ୟାଙ୍କ ଏଫଡି ଉପରେ ସୁଧ ହାର ବୃଦ୍ଧି କରିଛନ୍ତି । ଗୋଟିଏ ପରେ ଗୋଟିଏ ଅନେକ ସରକାରୀଠାରୁ ଆରମ୍ଭ କରି ବେସରକାରୀ ବ୍ୟାଙ୍କ ଏହି ତାଲିକାରେ ଯୋଗ ଦେଇଛନ୍ତି । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏଫଡି ଉପରେ ସୁଧ ହାର ବୃଦ୍ଧି କରିବାକୁ ଘୋଷଣା କରିଛି ।

ସାର୍ବଜନୀନ କ୍ଷେତ୍ରରେ ପ୍ରମୁଖ ଋଣଦାତା ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨ କୋଟିରୁ କମ୍ ,ଫଡି ଉପରେ ସୁଧ ହାର ବୃଦ୍ଧି କରିଛି । ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ, ନୂତନ ହାର ୧୭ ଅକ୍ଟୋବର ୨୦୨୨ ରୁ କାର୍ଯ୍ୟକାରୀ ହେବ ।

ୟୁନିୟନ ବ୍ୟାଙ୍କ ବର୍ତ୍ତମାନ ୭ ଦିନରୁ ୧୦ ବର୍ଷ ମଧ୍ୟରେ ମାଚ୍ୟୁର ଜମା ଉପରେ ୩.୦୦% ରୁ ୬.୭୦% ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରୁଛି । ବ୍ୟାଙ୍କ ମଧ୍ୟ ୫୯୯ ଦିନରେ ପରିପକ୍ୱ ଜମା ଉପରେ ସର୍ବାଧିକ ୭% ସୁଧ ହାର ପ୍ରଦାନ କରିବ ।

Get real time updates directly on you device, subscribe now.