fbpx

ଭୁବନେଶ୍ୱରରେ ପହଁଚିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସିଧା ଯିବେ ବିଜେପି କାର୍ଯ୍ୟାଳୟ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ତ୍ତମାନ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚି ସାରିଛନ୍ତି । ବିମାନ ବନ୍ଦରରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରାଯାଇଛି । ସେ ସିଧା ବିମାନବନ୍ଦରରୁ ପ୍ରଥମେ ବିଜେପି କାର୍ଯ୍ୟଳୟ ଯିବେ । ସେ ବିଜେପି କାର୍ଯ୍ୟାଳୟରୁ ଆଜି ପୁରୀ ଯିବେ ବୋଲି ବ୍ୟବସ୍ଥା କରାଯାଇଛି ।

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସିଛନ୍ତି। ଏହି ଗସ୍ତରେ ସେ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପୁରୀ ଏବଂ ଭୁବନେଶ୍ୱରରେ ଅର୍ଥମନ୍ତ୍ରୀଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଆଜି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେପି କାର୍ଯ୍ୟାଳୟରେ ସେ ଏକ ବୈଠକ କରିବେ । ଏହାସହିତ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ମଧ୍ୟ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ପୁରୀରେ ଆୟୋଜନ ହେଉଥିବା ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ଅର୍ଥମନ୍ତ୍ରୀ । ଜାତୀୟ ଚାର୍ଟାର୍ଡ ଆକାଉଣ୍ଟ ସମ୍ମିଳନୀକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

 

Get real time updates directly on you device, subscribe now.