fbpx

ଟ୍ୟାକ୍ସ ସ୍ଲାବରେ ହେବ ବଡ଼ ପରିବର୍ତ୍ତନ! ୧୦ ଲକ୍ଷ ପର୍ଯ୍ୟନ୍ତ ଆୟକର ଉପରେ ମିଳିବ ରିହାତି

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାର ଗଠନ ହୋଇଛି । ନୂଆ କ୍ୟାବିନେଟ ଶପଥ ଗ୍ରହଣ କରି ସାରିଥିବା ବେଳେ ଖୁବଶୀଘ୍ର ଚଳିତ ବର୍ଷର ବଜେଟ ଆଗତ ହେବ । ତେବେ ଏଥର ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିପାରେ । ଜୁଲାଇ ୨୨ରେ ଆଗତ ହେବାକୁ ଥିବା ୨୦୨୪-୨୫ ଆର୍ଥିକର ପୂର୍ଣ୍ଣାଙ୍ଗ ବଜେଟରେ ଆୟକର ସମ୍ବନ୍ଧରେ ଏକ ବଡ଼ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ନିର୍ବାଚନ ପୂର୍ବରୁ ଆଗତ ହୋଇଥିବା ଅନ୍ତରୀଣ ବଜେଟରେ କେନ୍ଦ୍ର ସାଧାରଣ ଜନତାଙ୍କୁ କୌଣସି ଲାଭ ଦେଇ ନଥିବା ବେଳେ ଏଥର ପୂର୍ଣ୍ଣାଙ୍ଗ ବଜେଟରେ କିଛି ବଡ଼ ଘୋଷଣା କରିପାରନ୍ତି । ଏକ ରିପୋର୍ଟ ମୁତାବକ, ଏଥର ବାର୍ଷିକ ୧୦ ଲକ୍ଷ ରୋଜଗାର କରୁଥିବା ଲୋକଙ୍କ ପାଇଁ ଆୟକର ହାରରେ ହ୍ରାସ ଘଟାଇବାକୁ ସରକାର ଚିନ୍ତା କରୁଛନ୍ତି । ଏଥିସହିତ ଆୟକର ଟ୍ୟାକ୍ସ ସ୍ଲାବରେ ମଧ୍ୟ ପରିବର୍ତ୍ତନ ଆଣିବା ନେଇ ଯୋଜନା କରାଯାଉଛି । ଧାରା ୮୦-ଗ’ରେ କିଛି ପରିବର୍ତ୍ତନ କରାଯାଇପାରେ । ବଜେଟରେ ସରକାର ଏକ ନିର୍ଦ୍ଦିଷ୍ଟ ବେତନ ଶ୍ରେଣୀ ଓ ମଧ୍ୟବିତ୍ତଙ୍କୁ ଆୟକରରେ ଆଶ୍ୱସ୍ତି ଦେଇ ପାରନ୍ତି ।

Get real time updates directly on you device, subscribe now.