fbpx

କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଦୋଷୀ ସାବ୍ୟସ୍ତ: ଜରିମାନା ନଦେଲେ ଜେଲ୍

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିପାଇଁ କୋର୍ଟ ତାଙ୍କ ଉପରେ ଜରିମାନା ଲାଗୁ କରିଛନ୍ତି । ତେବେ ଏହି ଜରିମାନା ଦେବାକୁ ଅକ୍ଷମ ହେଲେ କେନ୍ଦ୍ରମନ୍ତ୍ରୀଙ୍କୁ ଜେଲ୍ ଯିବାକୁ ପଡ଼ିବ । ୨୦୧୯ ଲୋକସଭା ନିବାଚନ ସମୟରେ ଅନ୍ନପୂର୍ଣ୍ଣ ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ କରିଥିଲୋ । ଉକ୍ତ ମାମଲାରେ ତାଙ୍କ ବିରୋଧରେ ନିଷ୍ପତ୍ତି ଶୁଣାଇଛନ୍ତି ଝାଡ଼ଖଣ୍ଡର ଏକ କୋର୍ଟ ।

ସୂଚନା ମୁତାବକ, ଝାଡ଼ଖଣ୍ଡର ହଜାରିବାଗ କୋର୍ଟ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କ ବିରୋଧରେ ଏହି ରାୟ ଶୁଣାଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ସମୟରେ ଅନ୍ନପୂର୍ଣ୍ଣା ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ କରିଥିଲେ । ତେଣୁ ତାଙ୍କ ଉପରେ ୨୦୦ ଟଙ୍କାର ଜରିମାନା ଲାଗୁ ହୋଇଛି । ଜନପ୍ରତିନିଧି ଅଧିନିୟମର ଧାରା ୧୩୦ ଅନୁସାରେ କୋର୍ଟ ଏହି ଶୁଣାଣି କରିଥିବା ବେଳେ ଏହି ମାମଲାରେ ୧୧ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

୨୦୧୯ ମସିହା ମେ ମାସ ୧୩ ତାରିଖରେ ଅନ୍ନପୂର୍ଣ୍ଣା ବିଜେପି ପାର୍ଟିର ଚିହ୍ନ ପରିଧାନ ଧରି ପୋଲିଂ ବୁଥ୍ ଭିତରକୁ ପ୍ରବେଶ କରିଥିଲେ । ଏହି କାରଣରୁ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ)ର କାର୍ଯ୍ୟକର୍ତ୍ତା ମହେଶ ରାମ ଅନ୍ନପୂର୍ଣ୍ଣାଙ୍କ ବିରୋଧରେ କେସ୍ ଦାୟର କରିଥିଲେ । ତେବେ ଏହି ମାମଲାର ବିଚାର ଚାଲିଥିବା ସମୟରେ ଅନ୍ନପୂର୍ଣ୍ଣାଙ୍କ ଉପରେ ଲାଗିଥିବା ଚାର୍ଜରେ ସତ୍ୟତା ଥିବା ଜଣାପଡ଼ିଥିଲା । ତେଣୁ ଅନ୍ନପୂର୍ଣ୍ଣାଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲାଗୁ ହୋଇଥିବା ବେଳେ ଏନେଇ ସେ ଅକ୍ଷମ ହେଲେ ତାଙ୍କୁ ଜେଲ ଯିବାକୁ ପଡ଼ିବ ।

Get real time updates directly on you device, subscribe now.