fbpx

ସୁଶାନ୍ତ ଓ ଦିଶା ମର୍ଡର ପଛରେ ଏହି ବ୍ୟକ୍ତିଙ୍କର ହାତ ଥିଲା? ରାଣେ-ଠାକରେଙ୍କ ବିବାଦରୁ ବାହାରିଲା ନୂଆ ରେଜଲ୍ଟ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଓ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିବାଦ ଚରମ ସୀମାରେ ପହଂଚିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ ଥପଡ଼ ମାରିବା ବୟାନ ଦେଇ ରାଣେ ଫସିଯାଇଥିଲେ । ରତ୍ନାଗିରି କୋର୍ଟରୁ ଆଗୁଆ ଜାମିନ ଖାରଜ ହେବା ସହ ବମ୍ବୋ ହାଇକୋର୍ଟରୁ କୌଣସି ସୁଫଳ ନ ମିଳିବା ପରେ ପୋଲିସ ରାଣେଙ୍କୁ ଗିରଫ କରିଥିଲା । ତେବେ ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ରାଣେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର ତଥା ଶିବସେନା ଦଳ ତାଙ୍କୁ ଭୀଷଣ ଭାବେ ଭୟ କରୁଛି । ସେ କିଛି ବି ଭୁଲ୍ କହିନାହାନ୍ତି । ତାଙ୍କର ମତ ଥିଲା ଯେ, ଯଦି ସେ ସେଠାରେ ଥାଆନ୍ତେ ତ ତାଙ୍କୁ ଚାପୁଡ଼ା ମାରିଥାନ୍ତେ । ଏକଥା ସେ କଦାପି ଆଜି ପାଇଁ କହିନଥିଲେ । ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ଦିଶା ସାଲିଆନଙ୍କ ମର୍ଡର ପଛରେ ମୁଖ୍ୟମନ୍ତ୍ରୀଙ୍କ ପୁତ୍ର ଆଦିତ୍ୟ ଠାକରେଙ୍କ ହାତ ରହିଥିଲା । ଉକ୍ତ କେଶରେ ଆଦିତ୍ୟଙ୍କୁ ଗିରଫ କରାଯାଇ ପାରିଲା ନାହିଁ । ମାତ୍ର ତାଙ୍କୁ କ’ଣ ପାଇଁ ଗିରଫ କରାଯାଉଛି ବୋଲି ରାଣେ ପାଲଟା ପ୍ରଶ୍ନ କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀଙ୍କ ବିବାଦ ଯେ ଆଗକୁ କ’ଣ ହେବ, ତାହା ତ ସମସ୍ତେ ଜାଣିବେ । ମାତ୍ର ଏହା ମଧ୍ୟରେ ଯେଉଁ ନିଷ୍କର୍ସ ଆସିଛି, ତାହା ହେଉଛି ସୁଶାନ୍ତ ଓ ଦିଶାଙ୍କ ହତ୍ୟାକାଣ୍ଡକୁ ନେଇ ରାଣେଙ୍କ ବୟାନ । ଆଜି ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ପାର ହୋଇଗଲାଣି, ତଥାପି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ । ସେ ସମୟରେ ମଧ୍ୟ କିଛି ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କର ଏହି ହତ୍ୟାକାଣ୍ଡ ପଛରେ ହାତ ରହିଥିବା ଚର୍ଚ୍ଚା ହେଉଥିଲା । ମାତ୍ର ଦୁଃଖର କଥା, ସୁଶାନ୍ତ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଆଜି ପର୍ଯ୍ୟନ୍ତ ଜାରି ରହିଥିଲେ ହେଁ ଆଦିତ୍ୟଙ୍କ ଛାଇର ଚର୍ଚ୍ଚା ମଧ୍ୟ ହୋଇନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି କେଉଁଟି ଠିକ୍‌? ବାପା ଯାହାର ମୁଖ୍ୟମନ୍ତ୍ରୀ ହୁଏତ ସେ ହତ୍ୟାକାରୀ କ୍ଷମତା ବଳରେ ଖସି ଯାଇଥାଇପାରେ । ନଚେତ୍ ରାଣେ ହୁଏତ ମିଛରେ ରୋଷାରପ କରୁଥାଇ ପାରନ୍ତି ।

Get real time updates directly on you device, subscribe now.