fbpx
BSKY SKY
BSKY SKY

Big Breaking: ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ, କହିଲେ- ଏନଡିଏ ଆମ ସହ ଅନ୍ୟାୟ କଲା

BSKY

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସୋମବାର ଦିନ ଦିଲ୍ଲୀରେ ଏନଡିଏ ଦ୍ୱାରା ବିହାରର ସମସ୍ତ ୪୦ ଲୋକସଭା ସିଟ ବଣ୍ଟନ ପାଇଁ ଘୋଷଣା ପରେ ପାରସ ନିଜ ସରକାରୀ ଆବାସରେ ଦଳର ନେତାମାନଙ୍କ ସହ ବୈଠକ କରିଥିଲେ । କୁହାଯାଉଛି ଯେ, ଏହି ଦଳୀୟ ବୈଠକରେ ସେ ଏନଡିଏ ସହ ସଂପର୍କ ଭାଙ୍ଗି ମହାଗଠବନ୍ଧନରେ ଯୋଗ ଦେବାର ନିଷ୍ପତ୍ତି ନେଇଛନ୍ତି ।

ଅନେକ ଦିନ ଧରି ଚାଲିଆସୁଥିବା ବିବାଦ ମଧ୍ୟରେ ସୋମବାର ଦିନ ବିହାରର ଏନଡିଏ ସିଟ ସେୟାରିଂର ଫର୍ମୁଲା ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ବିହାରର ୪୦ ସିଟରୁ ୧୭ ସିଟରେ ବିଜେପି, ୧୬ଟି ସିଟରେ ଜେଡିୟୁ, ପାଞ୍ଚଟିରେ ଏଲଜେପି ଏବଂ ବାକି ୨ଟିରେ ଜଣେ-ଜଣେ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଏବଂ ଉପେନ୍ଦ୍ର କୁଶବାହାର ଜାତୀୟ ଲୋକ ମୋର୍ଚ୍ଚା ନିର୍ବାଚନ ଲଢିବେ । ସିଟ ସେୟାରିଂ ଅନୁଯାୟୀ, ଚାଚା ପଶୁପତି ପାରସକୁ ଗୋଟିଏ ମଧ୍ୟ ସିଟ ଦିଆଯାଇନାହିଁ । କୁହାଯାଉଛି ଯେ, ଏହି ସମସ୍ତ ଖେଳ ଗୋଟିଏ ସିଟ ଲଢିବାର ଜିଦ କାରଣରୁ ବିଗିଡି ଯାଇଛି ।

ପଶୁପତି ପାରସ ହାଜିପୁର ସିଟ ମାଗିଛନ୍ତି । ଏହି ସିଟ ଚିରାଗ ପାସବାନ ମଧ୍ୟ ମାଗିଛନ୍ତି । ହାଜିପୁର ସେହି ସମାନ ସିଟ ଯେଉଁଠାରୁ ଚିରାଗଙ୍କ ପିତା ରାମ ଭିଳାସ ପାସୱାନ ୯ ଥର ଲୋକସଭା ସାଂସଦ ହୋଇଥିଲେ । ୨୦୧୯ ମସିହାରେ ପଶୁପତି ପାରସ ଏଠାରୁ ନିର୍ବାଚନରେ ଜିତି ପ୍ରଥମଥର ପାଇଁ ଲୋକସଭାରେ ପହଁଚିଥିଲେ ।

Get real time updates directly on you device, subscribe now.