fbpx

ସମ୍ବଲପୁରରେ ପ୍ରୋଜେକ୍ଟ ଓଡ଼ିସର୍ଭ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତର ପ୍ରଥମ ଦିନରେ ଆଜି ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆର୍ଥିକ ସେବା ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ‘ପ୍ରୋଜେକ୍ଟ ଓଡିସର୍ଭ’ର ଶୁଭାରମ୍ଭ କରିଛନ୍ତି । ଏହି ପ୍ରୋଜେକ୍ଟ ଛାତ୍ରଛାତ୍ରୀମାନଙ୍କୁ ବ୍ୟାଙ୍କିଂ, ଫିନାନ୍ସ ଏବଂ ଇନ୍‍ସୁରାନ୍ସ କ୍ଷେତ୍ରରେ ଦକ୍ଷତା ହାସଲ କରିବା ପାଇଁ ସୁଯୋଗ ଦେବ ।

ଏହି ପ୍ରୋଜେକ୍ଟ ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଓ ବଜାଜ୍‍ ଫିନ୍‍ସର୍‍ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟରେ ଯୁବପିଢ଼ୀଙ୍କୁ ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ସମ୍ବଲପୁର ଆଇଆଇଏମ୍‍ଠାରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୧୦୦ କ୍ୟୁବ ଷ୍ଟାର୍ଟଅପ୍‍ର ଶୁଭାରମ୍ଭ କରିବେ । ଏହାସହିତ ଶ୍ରୀ ପ୍ରଧାନ ସମ୍ବଲପୁର ଷ୍ଟେସନରେ ରେଳ ମନ୍ତ୍ରଣାଳୟ ତରଫରୁ ସମ୍ପ୍ରସାରିତ କରାଯାଇଥିବା ସମ୍ବଲପୁର-ହାଟିଆ-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ୍‍ର ଶୁଭାରମ୍ଭ କରିବେ ।

Get real time updates directly on you device, subscribe now.