fbpx

କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ

ନୂଆଦିଲ୍ଲୀ,୮ ।୧୦: କେନ୍ଦ୍ର ଖାଦ୍ୟମନ୍ତ୍ରୀ ତଥା ଲୋକଜନ ଶକ୍ତି ପାର୍ଟି ନେତା ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । କିଛିଦିନ ତଳେ ଦିଲ୍ଲୀର ଏକ ହସପିଟାଲରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା । ଦୀର୍ଘ ଦିନ ହେଲାଣି ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏପରି କି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଆଜି ସନ୍ଧ୍ୟାରେ ତାଙ୍କ ଦେହାନ୍ତ ହୋଇଛି। ତେବେ ତାଙ୍କର ଏହି ବିୟୋଗକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଶୋକବ୍ୟକ୍ତ କରାଯାଇଛି । ରାମ ବିଳାଶ ପାସୱାନ ଲୋକ ଜନଶକ୍ତି ପାଟିର ସଭାପତି ଥିଲେ । ସେ ୯ଥର ସାଂସଦ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଲୋକସଭାକୁ ୮ଥର ଓ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ । ୧୯୭୯ ମସିହାରେ ପ୍ରଥମଥର ପାଇଁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସମୟରେ କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଏବେ ସେ କେନ୍ଦ୍ର ଖାଉଟି ବ୍ୟାପାର ଓ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ତୁଲାଉଥିଲେ । ତାଙ୍କର ମୃତ୍ୟୁସଂପର୍କରେ ତାଙ୍କ ପୁଅ ଚିରାଗ ପାସଓ୍ଵାନ ଟ୍ଵିଟ କରି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.